mobile header

ନିମ୍ନ ମାନର କାମ କରି ୭ ଲକ୍ଷ ଚଳୁ !ଭିଜିଲାନ୍ସ ତଦନ୍ତ ଦାବୀ

. ଫୁଲବାଣୀ -04/07 ନିମ୍ନ ମାନର କାର୍ଯ୍ୟ କରି ଯନ୍ତ୍ରୀ ଓ ଠିକାଦାର ମିଶି କୁଆଡେ ୭ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଦୃଢ ଅଭିଯୋଗ ହେଉଛି lତେଵେ ଏନେଇ ଯନ୍ତ୍ରୀ କୁ ପଚାରିଲେ ମୁ କିଛି କହିପାରିବିନି ବୋଲି ସିଧାସିଧା ଶୁଣାଇବା ସହ ଧମକ ଵି ଦେଉଛନ୍ତି କୁଆଡେ ବୋଲି ଶୁଣିବାକୁ ମିଳୁଛି lଏଭଳି ଅଭିଯୋଗ ଅସିଛି କନ୍ଧମାଳ ଜିଲ୍ଲା କୋଟଗଡ଼ ବ୍ଲକ ଓରା ପଂଚାୟତରୂ lସୂଚନା ଯୋଗ୍ୟ ଯେ ଗତ 2020/21ବର୍ଷରେ ପିଚୁ ଓ କଂକ୍ରିଟ କାମପାଇଁ ଜିଲ୍ଲା ପରିଷଦ ପାଣ୍ଠି ରୂ ୭ ଲକ୍ଷ ଟଙ୍କା ଅନୁଦାନ ଆସିଥିଲାl ଓରା ପିଡବ୍ଲୁ ଡି ରାସ୍ତା ଠାରୁ ଓରା ଗ୍ରାମକୁ ପିଚୁ ଓ କଂକ୍ରିଟ ରେ ରାସ୍ତା ହୋଇଥାନ୍ତା lଆଉ ଲୋକମାନେ ବେଶ ସୁବିଧାରେ ଯାଇ ଆସିପାରିବେ ବୋଲି ଖୁସି ଵି ହୋଇଥିଲେ l ହେଲେ ଯନ୍ତ୍ରୀ ଓ ଠିକାଦାର ମିଶି ମେସିନ ଲଗାଇ କୁଆଡେ ନାମକୁ ମାତ୍ର ମାଟି ବିଛାଇ ସିଂହ ଭାଗ ଅର୍ଥ ସ୍ୱାହା କରିଦେଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି l ଏ ନେଇ ଗ୍ରାମବାସି ଭିଜିଲାନ୍ସ ଏସପି ଙ୍କ ଦ୍ରୁଷ୍ଟି ଆକର୍ଷଣ ମଧ୍ୟ କରିଛନ୍ତି lସେହିପରି ଲୋକଙ୍କୁ ଭୂଆଁ ବୁଲାଇବା ପାଇଁ ଜାଣିଶୁଣି କୁଆଡେ ଭୂଲ ଡିସ ପ୍ଲେ ବୋର୍ଡ଼ ଲଗାଯାଇଥିବା ଗ୍ରାମବାସି ଅଭିଯୋଗ କରିଛନ୍ତି lତେଵେ ଏଥି ପୂର୍ବରୁ ଯନ୍ତ୍ରୀଜଣଙ୍କ ଖଜୁରୀପଡା ବ୍ଲକ ଅରାପାଜୁ ପଂଚାୟତ ଦାୟିତ୍ୱରେ ଦାୟିତ୍ୱରେ ଥିବାବେଳେ ଠିକାଦାର ଙ୍କ ଠାରୁ ପିସି ନେଇ ପୁଣି ଅଭିଯୋଗ ପରେ ପିସି ବାବଦ ନେଇଥିବା ଅର୍ଥ କୁଆଡେ ଫେରାଇଥିଲେ lଆଉ ତାଙ୍କୁ ପରେ ଦୁର୍ଗମ କୋଟଗଡ଼ ବ୍ଲକ କୁ ବଦଳି ହୋଇଥିଲା lଏହି ଗୋଟିଏ ରାସ୍ତା ନୁହେଁ ବ୍ଲକ ରେ ଏଭଳି ଅନେକ ଦୁର୍ନିତୀ ଓ ଅନିୟମିତତା ହୋଇଥବା ଶୁଣିବାକୁ ମିଳୁଛି l ଏ ନେଇ ସହକାରୀ ଯନ୍ତ୍ରୀ ଙ୍କୁ ପଚାରିବାରୁ ଅଭିଯୋଗ ମିଳିଲେ ତଦନ୍ତ କରାଯିବ ବୋଲି କହିଥିଲେ l ସେହିପରି ପ୍ରକଳ୍ପ ନିର୍ଦେଶକ ଡି ଆର ଡି ଏ ମଧ୍ୟ ତଦନ୍ତ ପରେ ଦୁର୍ନିତୀ ଓ ଅନିୟମିତତା ନେଇ ଜଣା ପଡିଲେ ଦାଇତ୍ୱ ରେ ଥିବା ଯନ୍ତ୍ରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟ lନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି lଭିଜିଲାନ୍ସ ମଧ୍ୟ କୁଆଡେ ଘଟଣା ର ଭିତିରିଆ ତଦନ୍ତ ଆରମ୍ଭ କରିଥିବା ଶୁଣିବାକୁ ମିଳିଛି l

Leave A Reply

Your email address will not be published.