mobile header

ମୃତକ ଙ୍କ ପରିବାର ଙ୍କୁ ୨ ଲକ୍ଷ ଟଙ୍କା ସହାୟତା ପ୍ରଦାନ

ଫୁଲବାଣୀ -04/07 ଗତ ମାସ ୩୦ତାରିଖରେ ଫୁଲବାଣୀ ସହର ବାସିନ୍ଦା ମୋହନ ଚୌଧୁରୀନାମକ ଜଣେ ଵ୍ୟକ୍ତି ଗୋଟିଏ ଅଜଣା ଗାଡ଼ିର ଧକ୍କାରେ ମୃତ୍ୟୁ ବରଣ କରିଥିଲେ। ରାଜ୍ୟ ସରକାରଙ୍କ ତରଫରୁ ସ୍ବର୍ଗତ ମୋହନଙ୍କ ପତ୍ନୀ ଶ୍ରୀମତୀ ରିଙ୍କି ଚୌଧୁରୀ ଙ୍କୁଆଜି ସୋମବାର କନ୍ଧମାଳ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଆଶିଷ ଈଶ୍ୱରଙ୍କ ଦ୍ବାରା ୨ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ରାଶି ପ୍ରଦାନ କରିଛନ୍ତି । ସେଥି ପାଇଁ ଶ୍ରୀମତୀ ଚୌଧୁରୀ ପରିବହନ ସଚିବ ଓ ପରିବହନ କମିଶନରଙ୍କୁ କୃତଜ୍ଞତା ଜଣାଇଛନ୍ତି। ସେହିପରି ଶ୍ରୀମତୀ ଚୌଧୁରୀ କନ୍ଧମାଳଜିଲା ପ୍ରଶାସନ, ଜିଲ୍ଲା ଆଞ୍ଚଳିକ ପରିବହନଅଧିକାରୀ ଗତି କୃଷ୍ଣ ସାମନ୍ତରାୟ ଙ୍କୁ ମଧ୍ୟ କୃତଜ୍ଞତା ଜଣାଇଛନ୍ତି।ଜିଲ୍ଲା ପରିବହନ ଅଧିକାରୀ ସାମନ୍ତରାୟ ଙ୍କ ନିଷ୍ଠାପର ଉଦ୍ୟମ, ଆନ୍ତରିକତା ଯୋଗୁଁ ଅତିଶୀଘ୍ର ପୀଡିତ ପରିବାର ଙ୍କୁ କ୍ଷତି ପୂରଣ ସହାୟତା ରାଶି ମିଳିପାରିଥିବା ଜଣାପଡିଛି l

Leave A Reply

Your email address will not be published.