ଟିକାବାଲି ବନ ବିଭାଗ ପକ୍ଷରୁ ଏଏମ ସିଏସ ମହାବିଦ୍ୟାଳୟ ରେ ୭୩ ତମ ବନ ମହୋତ୍ସବ


ଫୁଲବାଣୀ 05/7
କନ୍ଧମାଳ ଜିଲ୍ଲା ଫୁଲବାଣୀ ବନଖଣ୍ଡ ଅଧିନସ୍ଥ ଟିକାବାଲି ବନ ବିଭାଗ ରେଞ୍ଜ ପକ୍ଷରୁ ଏ ଏମ ସି ଏସ ମହାବିଦ୍ୟାଳୟ ପରିସର ରେ ୭୩ ତମ ବନମହୋତ୍ସବ ପାଳିତ ହୋଇଥିଲା lଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମ ରେ ମୁଖ୍ୟଅତିଥି ଭାବେ ମହାବିଦ୍ୟାଳୟ ଅଧ୍ୟକ୍ଷ ଦୀନବନ୍ଧୁ ମହାନ୍ତି ଯୋଗଦେଇ ଥିବା ବେଳେବରିଷ୍ଠ ଫରେଷ୍ଟର ସଦାନନ୍ଦ ବେହେରା, ରେଞ୍ଜର ମିନାକ୍ଷୀ କୁନ୍ଦ୍ୱରା ଯୋଗ ଦେଇ ଜଙ୍ଗଲ ସୁରକ୍ଷା କରିବା ସହ ଅଧିକ ରୂ ଅଧିକ ବୃକ୍ଷରୋପଣ କରିବାଲାଗି
ପରାମର୍ଶ ଦେଇଥିଲେ lସେହିପରି
ଜଙ୍ଗଲ ରେ ନିଆଁ ନଲଗାଇବା ବନ୍ୟ ଜନ୍ତୁ ର ସୁରକ୍ଷା କରିବାନେଇ ସଚେତନ କରିଥିଲେ lଆଉ ପ୍ରତ୍ୟେକ ଲୋକ ନିଜ ଜୀବନ କାଳରେ କିଛିକିଛି ଗଛ ଲଗାଇଵା ସହ ତାକୁ ବଞ୍ଚାଇରଖିଲେ ଭବିଷ୍ୟ ପିଢ଼ି ପରିବେଶ ପ୍ରଦୂଷଣ ରୂ ରକ୍ଷା ପାଇବେ ବୋଲି ଫରେଷ୍ଟର ବେହେରା କହିଥିଲେ lଏହି କାର୍ଯ୍ୟକ୍ରମ ରେ ଛାତ୍ର, ଛାତ୍ରୀ, ଅବିଭାବକ, ବନ ବିଭାଗ କର୍ମଚାରୀ ପ୍ରମୁଖ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ପ୍ରୋଗ୍ରାମ ଅଫିସର ବନମାଳି ବେହେରା, ବିରୁପାକ୍ଷ ତ୍ରିପାଠୀ, ଅମୁଲ୍ୟ ସାବତ, ମନୋଜ ଭୋଇ, ରମେଶ ସାହୁ ପ୍ରମୁଖ ସହଯୋଗ କରିଥିଲେ l

Leave A Reply

Your email address will not be published.