
ଫୁଲବାଣୀ -5/7 କନ୍ଧମାଳ ଜିଲ୍ଲା ଶ୍ରୀପଲା ଗ୍ରାମରେ ଏବେ ଡାଇରିଆ ଆତଙ୍କ ଦେଖାଦେଇଛି lସୋମବାର ଗ୍ରାମ ର ଶିଶୁ ସମେତ ୭ ଜଣଲୋକ ଡାଇରିଆ ରେ ଆକ୍ରାନ୍ତ ହୋଇ ଫିରିଙ୍ଗିଆ ମେଡିକାଲ ରେ ଚିକିତ୍ସିତ ହେଉଛନ୍ତି lଏବେ ବର୍ଷା ଋତୁ ହେଇଥିବା ଓ ଲୋକେ ଦୂଷିତ ପାଣି ପିଇବା ଫଳରେ ଡାଇରିଆ ରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି lଡାକ୍ତରୀ ଦଳ ମଧ୍ୟଗାଁ କୁ ଯାଇ ସ୍ଥିତି ଅନୁଧ୍ୟାନ କରିବାସହ ସ୍ୱାସ୍ଥ୍ୟ ପରୀକ୍ଷା କରିଥିବା ଜଣାପଡିଛି lଫିରିଙ୍ଗିଆ ସରପଞ୍ଚ, ଓ ଡ଼ିମିରିଗୁଡା ସମିତିସଭ୍ୟ ପ୍ରମୁଖ ଡାକ୍ତରଖାନା କୁ ଯାଇ ରୋଗୀଙ୍କୁ ଭେଟିବା ସହ ଡାକ୍ତର ଙ୍କ ସହ ଆଲୋଚନାକରି ଉନ୍ନତ ମାନରସ୍ୱାସ୍ଥ୍ୟ ସେବା ଯେପରି ମିଳିବ ସେଥିପ୍ରତି ଦ୍ରୁଷ୍ଟି ଦେବାଲାଗି ମେଡିକାଲ ଅଫିସର ଙ୍କୁ କହିଥିଲେ lସେହିପରି ଗାଁ ରେ ଆଉ ଯେପରି ଝାଡ଼ାବାନ୍ତି ନ ଵ୍ୟାପୀବ ସେଥିପ୍ରତି ଦ୍ରୁଷ୍ଟି ଦେବାକୁ ଗ୍ରାମବାସି ଦାବୀ କରିଛନ୍ତି l