ଦୁର୍ନିତୀ ଗସ୍ତ ଗାଁ ସାଥି ଓ ମେଟକୁ ବହିଷ୍କାର ଦାବୀରେ ଗ୍ରାମବାସୀଙ୍କ ବିଡିଓଙ୍କୁ ଦାବୀ ପତ୍ର


ଫୁଲବାଣୀ-୫/୭
ଦୀର୍ଘବର୍ଷ ରହି ଦୁର୍ନିତୀ ଅନିୟମିତତା କରିଆସୁଥିବା କନ୍ଧମାଳ ଜିଲ୍ଲା ଟିକା ବାଲି ବ୍ଳକ ଛତି ଝର ଗ୍ରାମ ର ଗାଁସାଥୀ ଓ ମେଟ ଙ୍କ ବହିଷ୍କାର ଦାବୀ କରି ଶେଷରେ ଗ୍ରାମର ଶତାଧୀକ ମହିଳା ଓ ପୁରୁଷ ବିଡିଓଙ୍କୁ ଭେଟିଦାବୀ ପତ୍ର ପ୍ରଦାନ କରିଛନ୍ତି ।
ସୂଚନା ଯୋଗ୍ୟ ଯେ, ଏହି ଟିକା ବାଲି ପଞ୍ଚାୟତର ଛତି ଝର ଗ୍ରାମର ୩ ନମ୍ବର ୪ନମ୍ବର ୱ।ର୍ଡର ଗାଁସାଥୀ ଶ୍ରୀଚନ୍ଦନ ମଲିକ, ଓ ମେଟ ଯୁଧିଷ୍ଠିର ନାୟକ ଦୀର୍ଘ ୧୫ ବର୍ଷ ଧରି ରହି ବ୍ୟାପକ ଦୁର୍ନିତୀ ଓ ଅନିୟମିତତା କରିଆସୁଥିବା ଗ୍ରାମବାସୀ ଅଭିଯୋଗ କରିଆସୁଥିଲେ ମଧ୍ୟ ବ୍ଲକ ପ୍ରଶାସନ ପକ୍ଷରୁ କୌଣସି ଆଖିଦୃଶିଆ କାର୍ଯ।ନୁଷ୍ଠାନ ଗ୍ରହଣ କରାନଯିବା ଫଳରେ ଗ୍ରାମବାସୀ ଉତ୍ୟକ୍ତ ହୋଇ ବିଡିଓଙ୍କୁ ଭେଟି ଅଭିଯୋଗ କରିବା ସହ ଦାବୀ ପତ୍ର ପ୍ରଦାନ କରିଥିଲେ ।
। ଏଦୁହେଁ ମିଶି ଗ୍ରାମକୁ ଆସୁଥିବା ବିଭିନ୍ନ ସରକାରୀ ଯୋଜନା ବାବଦ ଅନୁଦାନ ଅର୍ଥ କୁ ଜାଲିଆତି କରି ଚଳୁ କରୁଥିବା ଅଭିଯୋଗ ହେଉଥିଲା। ଗାଁକୁ ଆସୁଥିବା ମନ ରେ ଗା ଯୋଜନା ହେଉ କି ଅନ୍ୟାନ୍ୟ ଯୋଜନା ସବୁଗୁଡ଼ିକ ଗ୍ରାମ ଲୋକଙ୍କ ବିନା ପରାମର୍ଶରେ କରୁଥିବା ଅଭିଯୋଗ କରି ଆସୁଥିଲେ । ସେହିପରି ଗ୍ରାମରଜବକାର୍ଡଧାରୀଙ୍କୁ କାର୍ଯ୍ୟରେ ନଲଗାଇ ମେସିନ ଲଗାଇ କାମକରୁଥିବା ଅଭିଯୋଗ ମଧ୍ୟ କରିଥିଲେ ଗ୍ରାମବାସୀ । ସେହିପରି କାମ କରୁଥିବା ଲୋକଙ୍କୁ ମଜୁରୀ ମିଳୁନି। କାମ କରିଥିବା ଶ୍ରମିକଙ୍କ ଖାତାକୁ ମଜୁରୀ ଟଙ୍କା ନଯାଇ କାମ କରୁ ନ ଥିବା ଲୋକଙ୍କ ବ୍ୟାଙ୍କ ଖାତାକୁ ମଜୁରୀ ଟଙ୍କା ଯାଉଥିବା ନେଇ ଗ୍ରାମବାସୀ ଦୃଢ ଅର୍ଭିଯୋଗ କରିଥିଲେ। ଅଧିକ ପିଟଖୋଳିବା ଲୋକଙ୍କ ପିଟ କମାଯାଇ ପଇସା ପଠାଯାଉଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ସୋମବାର ଗ୍ରାମବାସୀ ଟିକାବାଲି ବିଡ଼ିଓ ଫକିରଚରଣପରୀଡ଼ା ଓ ସରପଞ୍ଚଙ୍କୁ ଭେଟି ଏହାର ତଦନ୍ତ କରି କାର୍ଯ୍ୟରୁ ବହିଷ୍କୃତ କରିବାକୁ ଦାବୀ କରିଛନ୍ତି । ଅନ୍ୟଥା ଆଗକୁ ଯୋରଦାର ଆନ୍ଦୋଳନ ହେବ ବୋଲି କହିଛନ୍ତି ଗ୍ରାମବାସୀ ।
ବିଡିଓ ଫକିରଚରଣପରୀଡ଼ା ତଦନ୍ତ କରି ୧୦ ଦିନ ମଧ୍ୟରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦେଇଛନ୍ତି।
ତେବେ ବିଡିଓ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଦେଖିବାର କଥା।

Leave A Reply

Your email address will not be published.