mobile header

ପଡୋଶୀ ରାଜ୍ୟରେ ଦାଦନ ଖଟିବାକୁ ଯାଇ ଫସିଛନ୍ତି ୧୦ରୁ ଉର୍ଧ ଯୁବକ, ପରିବାର ବର୍ଗ ଥାନାର ଦ୍ୱାରସ୍ତ

ମାଲକାନଗିରି ତା. ୦୫.୦୭.୨୦୨୨ –ପଡୋଶୀ ରାଜ୍ୟକୁ ଦାଦନ ଖଟିବାକୁ ଯାଇ ଗତ ସାତମାସ ତଳେ ମାଲକାନଗିରି ସଦର ବ୍ଲକ ସ୍ଥିତ ମାଟାପାକା ଗ୍ରାମ ପଂଚାୟତର ୧୦ରୁ ଉର୍ଧ ଯୁବକ ଏକ ନଳକୂପ ଖନନ କମ୍ପାନୀ ଗାଡିରେ କାମ କରିବା ନିମନ୍ତେ ପଡୋଶୀ ଆନ୍ଧ୍ରପ୍ରଦେଶର ଭଦ୍ରାଚଲମ ଯାଇଥିଲୋ ଏହି ଶ୍ରମିକ ମାନଙ୍କୁ ମାସିକ ୧୦ ହଜାର ଟଙ୍କା ପ୍ରଦାନ କରା ଯିବ ବୋଲି କମ୍ପାନୀ କର୍ତୁପ କ୍ଷ ପ୍ରତିଶୃତି ଦେଇଥିଲୋ ଆଜକୁ ସାତମାସ ବିତି ଯାଇଥିଲେ ମଧ୍ୟ ଏହି ଯୁବକ ମାନଙ୍କୁ କୌଣସି ପାରିଶ୍ରମିକ ମିଳି ପାରି ନଥିବା ବେଳେ ଘରକୁ ଫେରିବା ନିମନ୍ତେ ମଧ୍ୟ ବାରଣ କରା ଯାଉଥିବା ଅଭି ଯୋଗ ହୋଇଛିା ଏ ନେଇ ଆଜି ମାଟାପାକା ଅଂଚଳରୁ ଉକ୍ତ ଶ୍ରମିକ ମାନଙ୍କ ପରିବାର ବର୍ଗ ମାଲକାନଗିରି ଥାନାରେ ଲିଖିତ ଅଭି ଯୋଗ କରିଛନ୍ତି ଏବଂ ଏହି ଅଂଚଳର ଦେବା ମାଡକାମି, ଚିଂଟୁ ମାଡକାମି, ରଂଜିତ ପଡିଆମି, ବାଣ୍ଡି ମାଡକାମି, ସହ ଆହୁରି କେତେକ ଯୁବକ ଦାଦନ କୁ ଯାଇ ନି ଯ୍ୟାତନାର ଶିକାର ହେବା ସହ ଘରକୁ ଫେରି ନଥିବା ପରିବାର ବର୍ଗ ଅଭି ଯୋଗ କରିଛନ୍ତିା ଏ ସମ୍ବନ୍ଧରେ ମାଲକାନଗିରି ଥାନା ଅଧିକାରୀ ରିଗାନ କିଣ୍ଡୋଙ୍କୁ ପଚାରିବାରୁ ପରିବାର ବ ର୍ଗଙ୍କ ଅଭି ଯୋଗ ଆସିଛି, କିନ୍ତୁ ଏମାନଙ୍କୁ ଜିଲ୍ଲା ଶ୍ରମ ଅଧିକାରୀଙ୍କ ନିକଟରେ ଅଭି ଯୋଗ ପାଇଁ ପଠା ଯାଇଛି ବୋଲି ସେ ପ୍ରକାଶ କରିଛନ୍ତିା ଏ ସମ୍ପର୍କରେ ଜିଲ୍ଲା ଶ୍ରମ ଅଧିକାରୀ ବିଶ୍ୱରଂଜନ କହଁରଙ୍କୁ ପଚାରିବାରୁ ପଡୋଶୀ ରାଜ୍ୟରେ କିଛି ଯୁବକ ନି ଯ୍ୟାତନାର ଶିକାର ହୋଇଥିବା ପରିବାର ବର୍ଗ ଅଭି ଯୋଗ କରିଛନ୍ତିା ଏହାର ପୁଙ୍ଖାନୁପୁଙ୍ଖ ତଦନ୍ତ କରା ଯାଇ ସମ୍ପୃକ୍ତ ଶ୍ରମିକ ମାନଙ୍କୁ ଉଦ୍ଧାର କରା ଯିବ ବୋଲି ସେ ପ୍ରକାଶ କରିଛନ୍ତିା

Leave A Reply

Your email address will not be published.