mobile header

ବିଜେପି ହାତରେ ବାସିପିଠା ଲ୍ୟାମ୍ପସ ସଭାପତି ପଦ

ଖୁଣ୍ଟା – ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନସ୍ଥ ବାସିପିଠା ଲ୍ୟାମ୍ପ ର ସଭାପତି ନିର୍ବାଚନ ଆଜି ଶାନ୍ତିପୂର୍ଣ୍ଣ ଭାବେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାପତିପଦଟି ଭାରତୀୟ ଜନତା ପାଟିର ସମର୍ଥିତ ପ୍ରାର୍ଥ ଉପେନ୍ଦ୍ର ସିଂ ହାତେଇବାରେ ସଫଳ ହୋଇଛି ।ଏହାକୁ ମିଶାଇ କ୍ରମାଗତ ଭାବେ ୨ ଥର ପାଇଁ ଉକ୍ତଲ୍ୟାମ୍ପ ର ସଭାପତି ଭାବେ ସେ ମନୋନୀତି ହୋଇଥିବାରୁ ତାଙ୍କୁ ବିଭିନ୍ନ ମହୋଲରେ ଶୁଭେଛା ଜ୍ଞାପନ କରାଯାଇଛି । ତେବେ ଏହି ନିର୍ବାଚନରେ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥାଭାବେ ସାଲଖାନ ମାଝୀ ପ୍ରାର୍ଥୀପତ୍ର ଦାଖଲ କରିଥିଲେ । ୧୫ ଜଣ ଡାଇରେକ୍ଟର ଏହି ନିର୍ବାଚନରେ ମତସାବ୍ୟସ୍ତ କରିବାକୁ ଥିବାବେଳେ ଏହି ସଭାପତି ପଦ ପାଇଁ ବିଜେପି ସମର୍ଥୀତ ପ୍ରାର୍ଥ ଉପେନ୍ଦ୍ର ସିଂଙ୍କ ସପକ୍ଷରେ ୧୦ ଖଣ୍ଡ ଏବଂ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀ ସାଲଖାନ ମାଝୀଙ୍କ ସପକ୍ଷରେ ୫ ଖଣ୍ଡ ଭୋଟ ପଡ଼ିଥିବା ଜଣାଯାଇଛି । ଉଲ୍ଲେଖ ଯୋଗ୍ୟ ଯେ ସଂପୃକ୍ତ ପଞ୍ଚାୟତ ଟି ବିଜେଡ଼ିର ଗଡ଼ ଭାବେ ପରିଚିତ | ବିଜେଡ଼ି ଦଳର ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ବିରଭଦ୍ର ସିଂ ଏବଂ ବର୍ତ୍ତମାନର ଖୁଣ୍ଟା ବ୍ଳକ ଅଧ୍ୟକ୍ଷ ସୁଧନ୍ୟା ନାୟକଙ୍କ ପଞ୍ଚାୟତ ମଧ୍ୟରେ ଏହି ଲ୍ୟାମ୍ପସ ଟି ଆସୁ ହୋଇଥିଲେ ମଧ୍ୟ ବିଜେଡ଼ି ସମଥିତ ପ୍ରାର୍ଥୀଙ୍କ ଶୋଚନୀୟ ପରାଜୟ ଏବଂ ବିଜେପିର ପ୍ରାର୍ଥୀଙ୍କ ପୁନର୍ବାର ବିଜୟ ଲାଭ କରିବା ଏବେ ଚର୍ଚ୍ଚାର ବିଷୟ ହୋଇଛି । ଏବଂ ଏହା ଶାସକ ବିଜେଡ଼ି ଦଳ ପାଇଁ ସତର୍କ ଘଣ୍ଟିସଦୃଶ୍ୟ ହୋଇଛି । ତେବେ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡ଼ି ଦଳ ସଂପୃକ୍ତ ବ୍ଳକ ଅଧିନରେ ଥିବା ୨ ଗୋଟି ଜିଲ୍ଲା ପରିଷଦ ସଦସ୍ୟ ପଦକୁ ଅକ୍ତିଆର କରିବା ସହ ବ୍ଳକର ସନ୍ମାନଜନକ ଅଧ୍ୟକ୍ଷ ଓ ଉପାଧ୍ଯକ୍ଷ ପଦଗୁଡିକୁ ମଧ୍ୟ ଅକ୍ତିଆର କରି ଜିଲ୍ଲାରେ ସଫଳତା ହାସଲ କରିଥିଲା । ମାତ୍ର ପଞ୍ଚାୟତ ନିର୍ବାଚନର ମାସ କେଇଟା ପରେ ଅନୁଷ୍ଠିତ ଲ୍ୟାମ୍ପସ ନିର୍ବାଚନରେ ଲ୍ୟାମ୍ପସ ର ସନ୍ମାନଜନକ ପଦଟିକୁ ହାତେଇବାରେ ଅସଫଳ ହେବା ଏବେ ଦଳର ସାଂଗଠନିକ ସ୍ଥିତି ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ରାଜନୈତିକ ବିଶାରଦମାନେ ମତବ୍ୟକ୍ତ କରିଛନ୍ତି।

Leave A Reply

Your email address will not be published.