ଫୁଲବାଣୀ -05/07 ଉତ୍କଳ ମଣି ଗୋପବନ୍ଧୁ ଙ୍କ ଚଉରା ନବେ ତମ ପୁଣ୍ୟ ତୀଥି ଅବସରରେ ଗତ ୨୯ ତାରିଖ ରୂ ଆରମ୍ଭ ହୋଇଥିବା ସେବା ସପ୍ତାହ ମଙ୍ଗଳବାର ଉଦଯାପିତ ହୋଇଛି l
କନ୍ଧମାଳ ଜିଲାରେ ପ୍ରେସ କ୍ଲବ, ସ୍ଵାତି ଅନୁଷ୍ଠାନ ଓ ସମାଜ ର ମିଳିତ ସହଯୋଗ ରେ ସେଵା ସପ୍ତାହ ଅବସର ରେ ରକ୍ତ ଦାନ ଶୀବିର ଠୁ ଆରମ୍ଭ କରି ସଫେଇ, ସ୍ୱାସ୍ଥ୍ୟ ଶିବିର,
ଗରିବ ଙ୍କୁ ଛତା ବଣ୍ଟନ, ଆଦି ବିଭିନ୍ନ ଦିବସ ରେ ବିଭିନ୍ନ କାର୍ଯ୍ୟକ୍ରମ ମାନ ଅନୁଷ୍ଠିତ ହୋଇଥିବାବେଳେ ଆଜି ମଙ୍ଗଳ ବାର ଉଦଯାପନୀ ଅବସର ରେ ପ୍ରେସ କ୍ଲବ ଠାରେ ଏକ ଆଲୋଚନା ଚକ୍ର ଓ ସମ୍ବର୍ଧନା ସଭା ଅନୁଷ୍ଠୀତ ହୋଇଥିଲା l
ଏହି ଅବସର ରେ ଆୟୋଜିତ ଗୋପବନ୍ଧୁ ଓ ସାମାଜିକଦାଇତ୍ୱ ବୋଧ, ଶୀର୍ଷକ ଏକ ଆଲୋଚନା ଚକ୍ର ରେ ବରିଷ୍ଠ ସାହିତ୍ୟିକ ଅନନ୍ତ ମିଶ୍ର, ସାହିତ୍ୟିକ ତଥା ସାମ୍ବାଦିକ ଡ଼ଃ କାଁନହୁ ଚରଣ ଶତପଥୀ,ଡ଼ଃ. ରଞ୍ଜନ ଶତପଥୀ, ପ୍ରଣତି ତ୍ରିପାଠୀ, ଆଲୋଚକ ଭାବେ ଯୋଗଦେଇ ଗୋପବନ୍ଧୁ ଙ୍କ ସମାଜ ପାଇଁ ଯେଉଁ ଅମୁଲ୍ୟ ଅବଦାନ ଥିଲା ତାର ବର୍ଣନା କରିବାସହ ଗୋପବନ୍ଧୁ ଙ୍କ ନୀତି ଓ ଆଦର୍ଶ ରେ ଅନୁପ୍ରାଣିତ ହେବାପାଇଁ ଆଜିତାଙ୍କର ପୁଣ୍ୟ ତୀଥି ରେ ଶପଥ ନେବାଲାଗି ଆହ୍ୱାନ କରିଥିଲେ l
ପ୍ରେସ କ୍ଲବ ସମ୍ପାଦକ ପ୍ରଶାନ୍ତ ବେହେରା ସମ୍ମାନିତ ଅତିଥୀ ଭାବେ ଯୋଗ ଦେଇ ଥିବାବେଳେ ସମାଜ ପ୍ରତିନିଧି ଅଶୋକ ମହାନ୍ତି ସ୍ଵାଗତ ଭାଷଣ ଓ ଧନ୍ୟବାଦ ଅର୍ପଣ କରିଥିଲେ l
ସେହିପରି ସମ୍ବର୍ଧନା ଉତ୍ସବ ରେ ମୂଖ୍ୟ ଅତିଥିଭାବେଉପଜିଲାପାଳ ଶେଷ ଦେବ ମିଶ୍ର, ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥୀ ଭାବେ ପୋଲିସ ଏସ ଡି ପି ଓ
ମହେନ୍ଦ୍ରନାଥ ମୁର୍ମୁ ଯୋଗ ଦେଇଥିବାବେଳେ ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ,ବରିଷ୍ଠ ସାମ୍ବାଦିକ ଡ଼ଃ ଅରୂପ କୁମାର ଜେନା, ଏମ ଭି ଆଇ ଏସ ସୌରଭ ପ୍ରମୁଖ ଯୋଗ ଦେଇ ବିଭିନ୍ନ କ୍ଷେତ୍ର ରେ ଉଲ୍ଳେଖନୀୟସମାଜ ସେବା ପାଇଁପଚାଶ ଜଣଙ୍କୁ ସମ୍ବର୍ଦ୍ଧିତ କରିଥିଲେ lସେହିପରି ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ସମ୍ବାଦପତ୍ର ବିକ୍ରେତା ମାନଙ୍କୁ ମଧ୍ୟ ଉପଢୌକନ, ଛତା, ମାନପତ୍ରଆଦି ପ୍ରଦାନ କରିଥିଲେ ଅତିଥିମାନେ l
ଅନ୍ୟମାନଙ୍କ ମଧ୍ୟରେ ବହୁ ସାମ୍ବାଦିକ, ବୁଦ୍ଧିଜୀବୀ, ସାହିତ୍ୟିକ,ଟିମ ହୁମାନୀଟି ସଦସ୍ୟ, ସମାଜସେବୀ, ସମ୍ବାଦ ପତ୍ର ବିକ୍ରେତା ଯୋଗଦେଇଥିଲେ lସାମ୍ବାଦିକ ଶିବ ରାମନାୟକ, ହୂରଞ୍ଜନ ସେଠି, ଖିରୋଦ ସାହାଣୀ, ପ୍ରମୁଖ ସହଯୋଗ କରିଥିଲେ l
