mobile header

ସୋଆ ଫଟୋଗ୍ରାଫି କ୍ଲବ୍ ପକ୍ଷରୁ କର୍ମଶାଳା ଆୟୋଜନ


ଭୁବନେଶ୍ୱର, ୫/୦୭: ଶିକ୍ଷା ଓ ଅନୁସନ୍ଧାନ (ସୋଆ)ର ଫଟୋଗ୍ରାଫି କ୍ଲବ୍ ପକ୍ଷରୁ ସୋମବାର ଏକ
କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସୋଅ।। ପରିଚାଳିତ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନିକାଲ୍ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ
(ଆଇଟିଇଆର୍‌) ପରିସରରେ ଏହି କର୍ମଶାଳାର ଆୟୋଜନ କରାଯାଇଥିବା ବେଳେ ନିକନ୍ ଇଣ୍ଡିଆ ପକ୍ଷରୁ
ଏହାର ପରିଚାଳନା କରାଯାଇଥିଲା ।
ନିକନ୍ ଇଣ୍ଡିଆ ମେଂଟର୍ ଶ୍ରୀ ଆଶୁତୋଷ ସାହୁ, ଶ୍ରୀ ଦେବାଂଶୁ ପଟ୍ଟନାୟକ ଏବଂ ଶ୍ରୀ ଦେବେଶ କୁମାର
ମାଝି କର୍ମଶାଳାରେ ଅତିଥି ବକ୍ତା ଭାବେ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଛାତ୍ରଛାତ୍ରୀମାନେ ବାହାଘର ଏବଂ ପୋଟ୍ରେଟ୍ ଫଟୋଗ୍ରାଫ ସମ୍ପର୍କରେ ବିଭିନ୍ନ ଜ୍ଞାନ
ଆହରଣ କରିଥିଲେ । ଏଥି ସହିତ କ୍ୟାମେରା ଗିୟର୍ସ ସମ୍ପର୍କରେ ମଧ୍ୟ ଶିଖିଥିଲେ । ଛାତ୍ରଛାତ୍ରୀମାନେ କେବଳ
ଫଟୋଗ୍ରାଫିର ପ୍ରକ୍ରିୟା ନୁହେଁ ବରଂ ଫଟୋ ଉଠାଇବା ପଛରେ ଥିବା ଆବେଗକୁ ମଧ୍ୟ ଶିଖିବାକୁ ଚେଷ୍ଟା
କରିଥିଲେ ଓ ଫଟୋଗ୍ରାଫିର ଗୁରୁତ୍ୱ ଉପଲବ୍ଧି କରିଥିଲେ ।
କର୍ମଶାଳାରେ ସୋଆ ଛାତ୍ର ମଙ୍ଗଳ ଡିନ୍ ପ୍ରଫେସର ଜ୍ୟୋତି ରଞ୍ଜନ ଦାସ, କମ୍ପ୍ୟୁଟର ସାଇନ୍ସ ବିଭାଗର
ମୁଖ୍ୟ ପ୍ରଫେସର ଦେବାହୁତି ମିଶ୍ର, ଆସିଷ୍ଟାଂଟ ପ୍ରଫେସର ଡକ୍ଟର ସତୀଶ ସାମଲ୍ ଏବଂ ଆସିଷ୍ଟାଂଟ ପ୍ରଫେସର
ଡକ୍ଟର ଜଗସିର ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.