

ମାଲକାନଗିରି: ୦୫/୦୭/୨୨ ମାଲକାନଗିରି ଜିଲ୍ଲା ଆଇ.ଏମ୍.ଏସ୍.ଟି ବିଦ୍ୟାଳୟ ଓ ସରକାରୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖ ଦେଇ ୨୫ ନମ୍ବର ରାଜ୍ୟ ରାଜ ପଥ ମାଲକାନଗିରି ଠାରୁ ବାଲିମେଳା ,ଚିତ୍ରକୋଣ୍ଡା ଦେଇ ଆନ୍ଦ୍ରପ୍ରଦେଶ କୁ ସଂଯୋଗ କରିଛି ।ହେଲେ ଉକ୍ତ ଏହି ଦୁଇ ବିଦ୍ୟାଳୟ ଖାଇବା ଛୁଟି କିମ୍ବା ଅପରାହ୍ନ ୪ଟା ବେଳେ ବିଦ୍ୟାଳୟ ଛୁଟି ସମୟରର ଏକ ହଜାର ରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଏକା ସାଙ୍ଗରେ ଏହି ରାସ୍ତା ଦେଇ ବିଦ୍ୟାଳୟ ସମ୍ମୁଖରେ ବାହାରୁ ଥିବା ବେଳେ ସେହି ସମୟରେ ବିଭିନ୍ନ ପ୍ରକାର ଚାରି ଚକିଆ ଭାରି ଯାନ ଠାରୁ ଆରମ୍ଭ କରି ବହୁ ମାଲ ବୋଝେଇ ଟିପ୍ପର ,ଟ୍ରାକ୍ତର, ଟ୍ରକ ,ବସ୍ ଗୁଡିକ ଯିବା ଆସିବା କରନ୍ତି । ମାଲବାହୀ ଭାରି ଯାନ ଯିବା ଆସିବା ପାଇଁ ସ୍ୱତନ୍ତ୍ର ଭାବେ ଉକ୍ତ ବିଦ୍ୟାଳୟ ପଛ ପଟେ ବାଇ ପାସ୍ ରାସ୍ତା ନିର୍ମାଣ କରାଯାଇଛି । ହେଲେ ସେଇ ରାସ୍ତାରେ ନ ଯାଇ ଉକ୍ତ ବିଦ୍ୟାଳୟ ସମ୍ମୁଖ ରାସ୍ତା ଦେଇ ସହର କୁ ଯାଉଥିବା ବେଳେ ବହୁ ଦୁର୍ଘଟଣା ଘଟିବାର ସମ୍ଭାବନା ରହିଛି । ବିଦ୍ୟାଳୟ ଛୁଟି ସମୟରେ ଏହି ଭଳି ଗହଳି ଦେଖି ଛତ୍ରଛାତ୍ରୀ ଙ୍କ ଅଭିଭାବକ ମାନେ ବାରମ୍ବାର ବିଦ୍ୟାଳୟ କତ୍ତୃପକ୍ଷ ଙ୍କୁ ଜଣାଇଲେ ମଧ୍ୟ କିଛି ସୁଫଳ ମିଳି ନାହିଁ । ମାଲକାନଗିରି ଜିଲ୍ଲା ସଦର ପୋଲିସ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେଇ ବିଦ୍ୟାଳୟର ଛୁଟି ସମୟରର ଭାରି ଯାନ ପ୍ରବେଶ ନିଷେଧ କରିବା ଦରକାର ବୋଲି ଅଭିଭାବକ ଓ ବୁଦ୍ଧି ଜୀବୀଙ୍କ ମହଲରେ ଦାବି କରାଯାଉଛି ।
