ଫୁଲବାଣୀ 5/7 ଆଜି ମଙ୍ଗଳବାର ଏକ ଟ୍ରାକ୍ଟର ଦୂର୍ଘଟଣା ରେ ଫୁଲବାଣୀର ଜଣା ଶୁଣା ବରିଷ୍ଠ ସାମ୍ବାଦିକ ମହାଦେବ ସାହୁ ଙ୍କ ଦ୍ୱିତୀୟ ପୁତ୍ର ଶଶାଙ୍କ ଶେଖର ସାହୁ ଙ୍କ ଅକାଳ ମୃତ୍ଯୁ ଘଟିଛି lଶଶାଙ୍କ ଖଜୁରୀପଡା ବ୍ଲକ ରଖଲି ବେରଣା ସ୍ଥିତ ନିଜ ଫାର୍ମ ରେ ଟ୍ରାକ୍ଟର ଚଳାଉଥିବା ବେଳେ ଭାରସାମ୍ୟ ହରାଇ ଓଲଟି ପଡିଵା ଫଳରେ ଟ୍ରାକ୍ଟର ତଳେ ଚାପି ହୋଇଯିବା ଫଳରେ ଘଟଣା ସ୍ଥଳରେ ଶଶାଙ୍କ ଙ୍କ ମୃତ୍ଯୁ ଘଟିଥିଲା lମୃତ୍ଯୁ ବେଳକୁ ତାଙ୍କୁ ୫୫ ବର୍ଷ ହୋଇଥିଲା lଶଶାଙ୍କ ଙ୍କ ଅକାଳ ମୃତ୍ଯୁ ରେ ସହର ରେ ଶୋକ ର ଛାୟା ଖେଳିଯାଇଛି lଶଶାଙ୍କ ସାହୁ ଜଣେ ଭଲ ସଂଗଠକ, ସମାଜସେବୀ, ଓ ପରୋପକାରୀ ଵ୍ୟକ୍ତି ଥିଲେ lସେଭ ନାମକ ଏକ ସ୍ଵେଛାସେବୀ ସଂଗଠନ ଗଠନ କରି ଜିଲାର ଲୋ କଙ୍କମଧ୍ୟରେ ସଚେତନ ସୃଷ୍ଟି କରିବା ସହ ବିକାଶ ଦିଗରେ ଉଦ୍ୟମ କରିଆସୁଥିଲେ lତାଙ୍କର ଅକାଳ ମୃତ୍ଯୁ ରେ ଆନନ୍ଦ ମାର୍କେଟ ସମେତ ଅନ୍ୟାନ୍ୟ ମାର୍କେଟ ବନ୍ଦ ରହିଥିଲା lସେହିପରି ଶଶାଙ୍କ ସାହୁ ଙ୍କ ମୃତ୍ଯୁ ରେ ସମାଜ ସେବୀ ଅଶୋକ ପରିଡ଼ା, ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୂପ ଜେନା, ବିଜୟ ମହାନ୍ତି, ଅଶୋକ ମହାନ୍ତି, ସନ୍ତୋଷ ଦିଗଲ, ନାରାୟଣ ସାହୁ,କାନଁହୂ ଚରଣ ଶତପଥୀ ସମାଜସେବୀ ମହମଦ ଜିଆଉଦିନ, ସ୍ଵାତି, ସମ୍ପାଦକ ଇଂ. ହରିଶଙ୍କର ରାଉତ, ପ୍ରଦୀପ ଦାଶ, ବନବାସୀ ସେବା ସମିତି ସହ ସମ୍ପାଦକ ରବୀନ୍ଦ୍ର ପଣ୍ଡା, ନିପୀଡିତ ମୁଖ୍ୟ ରାମ ଚନ୍ଦ୍ର ଦାସ, ସାଲୁକିଂ ମୂଖ୍ୟ ଅଶୋକ ପ୍ରଧlନ, ପାହାଡ଼ ସଂଗଠନ ମୁଖ୍ୟ ପଞ୍ଚାନନ ମିଶ୍ର, ପ୍ରମୁଖ ଗଭୀର ଶୋକ ପ୍ରକାଶ କରିବା ସହ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତିl ସେହିପରି ଶଶାଙ୍କ ଙ୍କ ଅକାଳ ମୃତ୍ଯୁ ଖବର ଫୁଲବାଣୀ ସ୍ୱେଛାସେବୀ ମହାସଂଘ ର ସମସ୍ତ କର୍ମକର୍ତା ପହଂଚି ଶୋକ ବ୍ୟକ୍ତ କରିଥିଲେ l
