mobile header

ସ୍ବେଛାକୃତ ରକ୍ତଦାନ ଶିବିର

ମାଲକାନଗିରି: ୦୬/୦୭/୨୨ ମାଥିଲି ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ପ୍ରାଙ୍ଗଣରେ ଡ଼ଃ ଶ୍ୟାମାପ୍ରସାଦ ମୁଖାର୍ଜୀ ଙ୍କ ୧୨୧ ତମ ଜନ୍ମ ମହୋତ୍ସବ ଏବଂ ସ୍ୱାଧୀନତାର ୭୫ ତମ ଅମୃତ ମହୋତ୍ସବ ଉପଲକ୍ଷେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ନେହୁରୁ ଯୁବକେନ୍ଦ୍ର ମାଲକାନଗିରି ଏବଂ ୟୁଥ ରେଡ଼କ୍ରସ ମାଲକାନଗିରି ର ମିଳିତ ତତ୍ୱବଧାନ ରେ ଏହି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା I ଏଥିରେ ମହାବିଦ୍ୟାଳୟର ଛାତ୍ରୀ ଛାତ୍ର ଓ କର୍ମକର୍ତ୍ତାମାନେ ୨୫ ୟୁନିଟ ରୁ ଉର୍ଦ୍ଧ ରକ୍ତଦାନ କରିଥିଲେ I ଉକ୍ତ ଉତ୍ସବକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ କେନ୍ଦ୍ର ସଂଖ୍ୟା ଲଘୁ ରାଷ୍ଟ୍ର ମନ୍ତ୍ରୀ ମାନ୍ୟବର ଜନ ବାର୍ଲ ଏବଂ ଅନ୍ୟ ଅଥିତି ମାନେ ହେଲେ ନବରଙ୍ଗପୁର ପୂର୍ବତନ ସାଂସଦ ମାନ୍ୟବର ଶ୍ରୀଯୁକ୍ତ ପର୍ଶୁରାମ ମାଝୀ ଏବଂ ମାନ୍ୟବର ଶ୍ରୀଯୁକ୍ତ ବଳଭଦ୍ର ମାଝୀ ଯୋଗ ଦେଇଥିଲେ I ନେହେରୁ ଯୁବକେନ୍ଦ୍ରର ମୁଖ୍ୟ ଜିଲ୍ଲା ଯୁବ ଅଧିକାରୀ ହରିଶ ରୁପାଲ ୟୁଥ ରେଡ଼କ୍ରସ ର ଜିଲ୍ଲା ସଂଯୋଜକ ଡ଼ଃ ରଂଜନ କୁମାର ସ୍ୱାଇଁ ,ଭାରତ ସରକାରଙ୍କ ଦ୍ୱାରା ନିଯୁକ୍ତ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀଙ୍କ ଦ୍ୱାରା ମନୋନୀତ ପ୍ରତିନିଧି ତୁଷାର କୁମାର ମହାପାତ୍ର , ହରିଶ ପରିଡା ଏବଂ +୨ ଅଧ୍ୟକ୍ଷ ସୁବ୍ରତ କୁମାର ଭଦ୍ର ଓ +୩ ଅଧକ୍ଷା ନୀଳିମା ମହାନ୍ତି ଦୁଇ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା, କର୍ମଚାରୀ ଓ ଛାତ୍ର ଛାତ୍ରୀ ଯୋଗ ଦେଇଥିଲେ I ନେହେରୁ ଯୁବକେନ୍ଦ୍ରର କର୍ମଚାରୀ ସନ୍ତୋଷ କୁମାର ପାତ୍ର, କେ. ରୋଲାକ୍ସି ଓ ଶଙ୍କର ମାଝୀ ମଧ୍ୟ ଯୋଗ ଦେଇଥିଲେ I ରକ୍ତ ଦାନ ପୂର୍ବରୁ ଏକ ସଭାରରକ୍ତ ଦାନ ପୂର୍ବରୁ ଏକ ସଭାର ଆୟୋଜନ କରାଯାଇଥିଲା ଏଥିରେ ସଭାପତିତ୍ୱ କରିଥିଲେ ଡ଼ଃ. ରଞ୍ଜନ ସ୍ୱାଇଁ I ଏଥିରେ ଶ୍ୟାମପ୍ରସାଦ ମୁଖIର୍ଜି ଏବଂ ସାର ଜିନ ହେନେରୀ ଦୂନାଣ୍ଟ ଫୋଟୋ ଚିତ୍ରରେ ପୁଷ୍ପମାଲ୍ୟ ସହିତ ପ୍ରଦୀପ ପ୍ରଜ୍ୱଳନ କରିଥିଲେ I ଏହି ସଭାରେ ୩୦୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀଙ୍କୁ ରକ୍ତ ଦାନ ବିଷୟରେ ଆଲୋକ ପାତ କରିଥିଲେ I ଉକ୍ତ ସଭାରେ ମୁଖ୍ୟ ଅଥିତିଙ୍କୁ ମହାବିଦ୍ୟାଳୟର ଅଧକ୍ଷ ଶ୍ରୀଯୁକ୍ତ ଭଦ୍ର ଓ ହରି ଶ୍ରୀପାଳ ଏବଂ ଡ଼ଃ ସ୍ୱାଇଁ ଉତ୍ତରୀୟ ଦେଇ ସମ୍ବୋଧିତ କରିଥିଲେ I ଆଜିର ଦିବସରେ ରକ୍ତଦାନ କରି ମହାନ ହୋଇଥିବା ଛାତ୍ର ଛାତ୍ରୀ ମାନେ ହେଲେ ପ୍ରିୟଙ୍କା ମହାରଣା , ତୁଲାରାମ ଫଟକା, ଭଗବାନ ନାୟକ, ଅଶୋକ କୁମାର ବୈଦ୍ୟ, ପ୍ରଭାତ କୁମାର ଓଝା, ଆର. ଉଦୟାଶାଙ୍କର, ତୁଷାର ମହାପାତ୍ର, ସନ୍ତୋଷ ପାତ୍ର, ଟୁନା ନାୟକ, ଲୋକନାଥ ମାଡକାମୀ, ପବିତ୍ର, ଲଖମଣ ବକା ସମେତ ୨୫ରୁ ଉର୍ଦ୍ଧ ରକ୍ତ ଦାନ କରିଥିଲେ I ରକ୍ତଦାତାଙ୍କୁ ମାନପତ୍ର ପ୍ରଦାନ କରାଯାଇଥିଲା I ପରିଶେଷରେ ମହାବିଦ୍ୟାଳୟର ବରିଷ୍ଠ ଓଡ଼ିଆ ଅଧ୍ୟାପକ ଶ୍ରୀଯୁକ୍ତ ପ୍ରଦୀପ୍ତ କୁମାର ଦାସ ଧନ୍ୟବାଦ ଅର୍ପଣ କରିଥିଲେ I

Leave A Reply

Your email address will not be published.