
ଚିତ୍ରକୋଣ୍ଡା:-05/07/2022-ମାଲକାନଗିରି ଜିଲାପାଳ ବିଶାଲ ସିଙ୍ଗ ଅଚାନକ ତାଙ୍କ ନେତୃତ୍ୱରେ ଏକ ପ୍ରଶାସନିକ ଅଧିକାରୀ ଟିମ ଜିଲା ମୁଖ୍ୟ ଉର୍ଣ୍ଣୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ ବାଳ ମୁକୁନ୍ଦ ଭୂୟାଁ, ଓଡିଶା ଜୀବିକା ମିଶନ ଡିପିଏମ ପବିତ୍ର ମୋହନ ବରୁଆ, ଏମଜିଏନଆରଇଜିଏ କୋଡ଼ିନେଟର ଶୁଭଲଷ୍ମୀ ସାହୁ ନେଇ ଚିତ୍ରକୋଣ୍ଡା ରେ ପହଞ୍ଚି ଚିତ୍ରକୋଣ୍ଡା ବିଡ଼ିଓ ରଘୁନାଥ ମୁଣ୍ଡାରୀ,ସହାୟକ ଯନ୍ତ୍ରୀ ସୂର୍ଯ୍ୟନାରାୟଣ ବେହେରା ଓ ଏପିଓ ଉଛବ ଗିରି ମିଳିତ ଭାବରେ ସ୍ୱାଭିମାନ ଅଞ୍ଚଳ ଗ୍ରସ୍ତ କରି ଗୁରୁପ୍ରିୟା ମାର୍କେଟ କମ୍ପ୍ଲେକ୍ସ ଏବଂ ଯାନବାଇ ତଥା ବଡ଼ପଡା ର ଦୁଇଟି ମେଡିକାଲ ବୁଲି ପରିଦର୍ଶନ କରି ଦେଖିବା ସହିତ ଉତ୍ତମ ସ୍ଥାସ୍ଥ୍ୟ ସେବା ଯୋଗାଇ ଦେବାକୁ ଏବଂ ଉର୍ନତି କରଣ ନିମନ୍ତେ ପରାମର୍ଶ ଦେଇଥିଲେ l ତା ପରେ ସ୍ୱାଭିମାନ ଅଞ୍ଚଳର ପ୍ରାକୃତିକ ସୌନ୍ଦର୍ଯ୍ୟ କୁ ଉପଭୋଗ କରିବା ପାଇଁ ହନ୍ତାଳଗୁଡ଼ା ଠାରେ ଏକ ପ୍ରାକୃତିକ ସୌନ୍ଦର୍ଯ୍ୟକରଣ ନିମନ୍ତେ ସ୍ଥଳୀ ( ଭିୟୁ ପଏଁଣ୍ଟ )ଚି଼ହ୍ନଟି କରଣ ନିମନ୍ତେ ବୁଲି ଦେଖି ସ୍ଥାନ ଚୟନ କରିଥିଲେ l ପରେ ପଣଷପୁଟ ବିଦ୍ୟାଳୟ କୁ ପରିଦର୍ଶନ କରି ବିଦ୍ୟାଳୟ ଶ୍ରେଣୀ ଗୃହ ବୁଲି ବିଦ୍ୟାଳୟ କୁ ତୁରନ୍ତ ନୂଆ ଘର ତଥା ଉର୍ନତି କରଣ ଏବଂ ଚାଲିଥିବା ଆରଆଇ ଅଫିସ ବୁଲି ଦେଖିଥିଲେ ଡ୍ରେନ ତଥା ଅନ୍ୟାନ୍ୟ ଉର୍ଣ୍ଣୟନ କାମ ସମସ୍ୟା ସମାଧାନ ନିମନ୍ତେ ନିର୍ଦେଶ ଦେଇଥିଲେ l ସେଇଭଳି ସିଙ୍ଗୋଇ ଗ୍ରାମରେ ଚାଲିଥିବା ଅମୃତ ସରୋବର ଯାଇ ବୁଲି ଦେଖିବା ସହିତ ସିଙ୍ଗୋଇ ଗାଁ ର ଲୋକଙ୍କ ଠାରୁ ବିଭିନ୍ନ ସମସ୍ୟା ବୁଝିଥିଲେ ପାଣି, ଘର, ରାସ୍ତା ଭଳି ବିଭିନ୍ନ ସମସ୍ୟା ସମ୍ପର୍କରେ ପଚାରି ବୁଝିଥିଲେ ତୁରନ୍ତ ସମାଧାନ ନିମନ୍ତେ ବିଡ଼ିଓ ରଘୁନାଥ ମୁଣ୍ଡାରୀ ଙ୍କୁ ନିର୍ଦେଶ ଦେଇଥିଲେ l


