୩କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ ସହ ୪ ଗିରଫ।ଏନେଇ ମୟୂରଭଞ୍ଜ ଏସପି ଙ୍କ ସାମ୍ବାଦିକ ସମ୍ମିଳନୀ।୦୫-୦୭-୨୦୨୨ ବାରିପଦା ପୋଲିସକୁ ମିଳିଛି ବଡ଼ ସଫଳତା । ୩ଟି ମୂଲ୍ୟବାନ ଗାଡ଼ି, ୩କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ ଜବତ କରିବା ସହିତ ୪ ଚାଲାଣକାରୀଙ୍କୁ ଗିରଫ କରିଛି ବାରିପଦା ପୋଲିସ । ସାରା ରାଜ୍ୟ ତଥା ଜିଲ୍ଲାରେ ଦିନକୁ ଦିନ ଗଞ୍ଜେଇ ଚୋରା ଚାଲାଣ ବଢ଼ିବାରେ ଲାଗିଛି। କେବେ ଯାତ୍ରିବାହୀ ବସରୁ ତ କେବେ ରାଜ୍ୟ ବାହାରର ଗାଡ଼ିରୁ ନିୟମିତ ବ୍ୟବଧାନରେ କ୍ୱିଣ୍ଟାଲ୍ କ୍ୱିଣ୍ଟାଲ ଗଞ୍ଜେଇ ଜବତ ହେଉଛି।ତେବେ ସୋମବାର ରାତିରେ ଗଞ୍ଜେଇ ଆନ୍ତରାଜ୍ୟ ଚୋରା ଚାଲାଣ ବେଳେ ବାରିପଦା ପୋଲିସ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି।ସୂଚନାନୁସାରେ ୩ଟି ମୂଲ୍ୟବାନ ଗାଡ଼ିରେ ଜାଲି ନମ୍ବର ପ୍ଲେଟ୍ ଲଗାଇ ୩ କ୍ୱିଣ୍ଟାଲ ୮୦ କିଲୋ ଗଞ୍ଜେଇ କୋରାପୁଟରୁ ଝାଡ଼ଖଣ୍ଡ ବହଡାଗୋଡା କୁ ଚୋରା ଚାଲାଣ ହେଉଥିଲା।ତେବେ ଏବାବଦରେ ବାରିପଦା ପୋଲିସ ଖବର ପାଇ ବାରିପଦା ସଦର sdpo କେ କେ ହରିପ୍ରସାଦ ,ବାରିପଦା ଟାଉନ ଥାନା iic ବିରେନ୍ଦ୍ର ସେନାପତି,ଏସ ଆଇ ରଞ୍ଜନ ବେହେରା ଙ୍କ ତତ୍ୱାବଧାନରେ ଷ୍ଟାଫ ମାନଙ୍କୁ ନେଇ ଏକ ସ୍ୱତନ୍ତ୍ର ପୋଲିସ ଟିମ ଦୁଇଟି ଗାଡିକୁ ବାରିପଦା ସହର ଦେଇ ଯାଇଥିବା ୧୮ ନମ୍ବର ଜାତୀୟ ରାଜପଥ ପାଲବଣୀ ନିକଟରେ ୩ଟି ଗାଡ଼ି ଅଟକାଇବା ବେଳେ ଗଞ୍ଜେଇ ଚୋରଙ୍କ ସହିତ ମୁହାଁମୁହିଁ ହୋଇଥିଲା ଏବଂ ଘଟଣାସ୍ଥଳରୁ ଗାଡ଼ି ୩ଟି ଖସିଯିବାକୁ ଉଦ୍ୟମ କରୁଥିଲେ। କିନ୍ତୁ ପୋଲିସ ସେମାନଙ୍କୁ କଳେବଳେ କୌଶଳେ କାବୁ କରିଥିଲା। ୨ଟି ଗାଡ଼ି ବାରିପଦାରେ ଧରା ହୋଇଥିବା ବେଳେ ଗୋଟିଏ ଗାଡିକୁ ପିଛାକରି ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜଗନ୍ନାଥଖୁଣ୍ଟାରେ ପୋଲିସ ଧରିଥିଲା।ଏହି ଘଟଣାରେ ପୋଲିସ ୪ଜଣ ଚୋରା ଚାଲାଣକାରୀଙ୍କୁ ଗିରଫ କରିଛି।ସେମାନଙ୍କ ଠାରୁ ୩ କ୍ୟୁଣ୍ଟାଲ ୮୦ କେଜି ଗଞ୍ଜେଇ ,୩ ଟି ମୂଲ୍ୟବାନ କାର, ୪ ଟି ମୋବାଇଲ ଫୋନ, ଜାଲି ନମ୍ବରପ୍ଲେଟ ଜବତ କରାଯାଇଥିଲା ବେଳେ ଗିରଫ ୪ ଅନ୍ତଃରାଜ୍ୟ ଚାଲାଣକାରୀ ମାନେ ଘାଟଶିଳା ଇଷ୍ଟ ସିଂଭୂମ ର ବୋଲି ପୋଲିସ ପକ୍ଷରୁ ସୂଚନା ରହିଛି।ସେମାନଙ୍କ ଠାରୁ ଜବତ ହୋଇଥିବା ସମୁଦାୟ ସମ୍ପତ୍ତି ର ମୂଲ୍ୟ ପାଖାପାଖି ୭୦ ଲକ୍ଷ ହେବ ବୋଲି ମୟୁରଭଞ୍ଜ ଆରକ୍ଷି ଅଧିକ୍ଷକ ରିଷିକେଶ ଡି ଖିଲାରୀ କହିଛନ୍ତି।ଆଉ ମଧ୍ୟ କହିଛନ୍ତି ଏହି ଗ୍ୟାଙ୍ଗ୍ର ମୟୁରଭଞ୍ଜ ସହିତ କୌଣସି ସମ୍ପର୍କ ନାହିଁ କେବଳ ମୟୁରଭଞ୍ଜ ବାଟ ଦେଇ ଏହା ଚାଲାଣ କରାଯାଉଥିଲା।ତେବେ ଏହି ରାକେଟ ର ଚେର କେତେଦୂର ଲମ୍ବିଛି ତାହା ଅଧିକ ତଦନ୍ତ ପରେ ଜଣା ପଡିବ।