mobile header

ଶୀର୍ଷା ଲେମ୍ପ ର ସଭାପତି ହେଲେ ନାରାୟଣ ନାୟକ

୦୫-୦୭-୨୦୨୨

ମୟୁରଭଞ୍ଜ ଜିଲ୍ଲା ସରସକଣା ବ୍ଲକ ର ଶୀର୍ଷା ଲେମ୍ପ ର ସଭାପତି ଇଲକ୍ସନ ହୋଇଥିଲା। ପ୍ରତି ବ୍ଲକ ର 7 ଟି ଗ୍ରାମପଞ୍ଚାୟତ କୁ ନେଇ 1 ଟି ଲେମ୍ପ ଗଠିତ ।ଏଥିରେ ପରିଚାଳନା ଡ଼ାଇରେକ୍ଟର ଭାବରେ 15 ରୁହନ୍ତି। ଏଥିମଧ୍ୟରୁ ନିର୍ବାଚିତ ସଦସ୍ୟ 11 ଜଣ। ଏଥିରେ ସଭାପତି ପଦ ଲାଗି 2ଜଣ ପ୍ରତିଦ୍ବନ୍ଦିତା କରିଥିଲେ ।ସେମାନେ ହେଉଛନ୍ତି bjd ସମର୍ଥିତ ପ୍ରାର୍ଥୀ ଶ୍ରୀଯୁକ୍ତ ଉପେନ୍ଦ୍ର କୁମାର ଦିଗାର 4 ଗୋଟି ଭୋଟ ପାଇଥିଲା ବେଳେ Bjp ସମର୍ଥିତ ପ୍ରାର୍ଥୀ ଶ୍ରୀଯୁକ୍ତ ନାରାୟଣ ନାୟକ 6 ଗୋଟି ଭୋଟ ରେ ଜୟଯୁକ୍ତ ହୋଇଛନ୍ତି।ତେବେ ସାଧାରଣ ରେ ଚର୍ଚ୍ଚା ଚାଲିଛି ଯେ ନାରାୟଣ ବାବୁ ପ୍ରଭୁ ନାରାୟଣ ଙ୍କ ଭଳି କିପରି ଚାଷୀ ସମସ୍ୟା ଦୂର ହେବ ତା ଉପରେ ଆସ୍ଥା ରଖିଛନ୍ତି ।କାରଣ ସେ ପୂର୍ବରୁ ଏହି ଲେମ୍ପ ରେ ଦୀର୍ଘ 25 ବର୍ଷ ଧରି ଚାଷୀ ମନଙ୍କୁ ସେବା ଦେଇ ଆସିଥିଲେ।ତାଙ୍କ ଘର ଧାଙ୍ଗୁଡିଷୋଳ ଗ୍ରାମପଞ୍ଚାୟତ ର ବଡଷୋଳ ଗ୍ରାମରେ।ସେ ଜଣେ ପ୍ରତିଷ୍ଟିତ ସମାଜସେବୀ ସହିତ କୃଷକକଂ ସାଥି ଥିଲେ। ସେ ତାଙ୍କର ଚାକିରୀ କାଳରେ ସର୍ବଦା ଚାଷୀ ମାନଙ୍କ ହକ ଲାଗି ଲଢ଼ି ଚାଲିଥିଲେ।

Leave A Reply

Your email address will not be published.