mobile header

ଫୁଲବାଣୀ ବିଧାୟକ ପ୍ରଥମ ଶ୍ରେଣୀ ରେ ମାଟ୍ରିକ ପାସ କଲେ


ଫୁଲବାଣୀ -06/07
ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ମାଟ୍ରିକ ପାସ କଲେ lବିଧାୟକ କହଁର b (1)ଗ୍ରେଡ଼ ପ୍ରଥମ ଶ୍ରେଣୀ ରେ ପାସ କରିଛନ୍ତି lବିଧାୟକ କହଁର ମୋଟ 500 ମାର୍କ ରୂ 364ମାର୍କ ହାସଲକରିସଫଳତା ହାସଲ କରିଛନ୍ତି l ଯାହାକି ମୋଟ ମାର୍କ ର 72ପ୍ରତିଶତ l ସେ ଚଳିତ 2022ଏସ ଆଇ ଓ ଏସ ରେ ମାଟ୍ରିକ ପରୀକ୍ଷା ଦେଇଥିଲେ l
ମ୍ୟାଟ୍ରିକ ପାସ ହେବାପରେ ବିଧାୟକ କହଁର ଅତ୍ୟନ୍ତ ଖୁସି ବ୍ୟକ୍ତ କରିବା ସହ ମନ୍ଦିର ଯାଇ ପୂଜାର୍ଚନା କରି ଥିଲେ l ଏଥିସହ ସେ ପରୀକ୍ଷା ଦେଇଥିବା ରୁଜଂlଗୀ ପରୀକ୍ଷା କେନ୍ଦ୍ର ପ୍ରଧାନ ଶିକ୍ଷୟତ୍ରୀ ଅର୍ଚନା ଵାସା, ଓ ସହକାରୀ ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀ
ଙ୍କୁ ଧନ୍ୟବାଦ ଜଣାଇଛନ୍ତି l ଏହାପରେ ସେ ଆଗକୁ ମଧ୍ୟ ପାଠପଢା ଜାରୀ ରଖିବେ ବୋଲି କହିଛନ୍ତି l ପାସ ହେଵା ପରେ ବିଧାୟକ କହଁର ସାଙ୍ଗସାଥି,ଦଳୀୟ କର୍ମୀ, ପରିବାର ଲୋକଙ୍କ ମଧରେ ଖୁସିର ଲହରୀ ଖେଳିଯାଇଛିl ବିଧାୟକ ବି ସମସ୍ତଙ୍କୁ ମିଠା ଖୁଆଇ ଖୁସି ମନାଇଥିଲେ l

Leave A Reply

Your email address will not be published.