mobile header

ପାନୀୟ ଜଳ ପାଇଁ ଗାଁ ରେ ଖୋଳାଯାଇଛି ବୋରୱେଲ ହେଲେ ବାଉଁଶନଳା ରେ ଟାଣି ପାଣି ବ୍ୟବହାର କରୁଛନ୍ତି ଲୋକେ


ଫୁଲବାଣୀ -06/07
ସରକାର ଲକ୍ଷ ଲକ୍ଷ ଟଙ୍କା ବ୍ୟୟ କରି ଗ୍ରାମାଞ୍ଚଳ ଲୋକଙ୍କୁ ସ୍ଵଛ ପାନୀୟ ଜଳ ଯୋଗାଇ ଦେଵାପାଇଁ ବୋରେୱଲ ଖୋଳୁ ଛନ୍ତି ହେଲେ ତାକୁ ଅଧ୍ୟାପନ୍ତୁରିଆଅବସ୍ଥାରେ ପକାଇ ଦେବା ଫଳରେ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୋଇଛି। ଗତ ଆଠ ମାସ ତଳେ ନଳ କୂପ ନିର୍ମାଣ କାର୍ଯ୍ୟ ସରିବା ପରେ ପରୀକ୍ଷା ମୂଳକ ଭାବେ କାର୍ଯ୍ୟକ୍ଷମ ନ କରି ଏହାକୁ ବନ୍ଦ ରଖାଯାଇଛି। ଫଳରେ ସାଧାରଣ ଲୋକେ ପାନୀୟ ଜଳ ପାଇବାରୁ ବଞ୍ଚିତ ହୋଇଥିଲେ ଆଉ ଶେଷରେ ବାଉଁଶ ନଳା ରେ ପାଣି ବାହାରକରି ବ୍ୟବହାର କରୁଥିବା ଦୃଶ୍ୟ ସାମନା କୁ ଅlସିଛି lଏଭଳିଦୃଶ୍ୟ ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ବ୍ଳକ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ ନମ୍ବର ୱ।ଡ଼ ବଣ୍ଡାପାଙ୍ଗ ଗ୍ରାମରେl ଏହି ଗ୍ରାମରେ ୫୦ ରୁ ଉର୍ଦ୍ଧ ପରିବାର ରହୁଥିବା ବେଳେ ଗୋଟିଏ ନଳକୂପ ରହିଛି ଯାହାକି ଗ୍ରାମବାସୀଙ୍କ ପାଇଁ ଉପଯୁକ୍ତ ନୁହେଁ ହେଲେ ସରକାରଙ୍କ ତରଫରୁ ଗ୍ରାମରେ ଆଉଗୋଟିଏ ନଳକୂପ ଖୋଳା ଯାଇଛି ହେଲେ ତାହା କାଯ୍ୟକ୍ଷମ ହୋଇପାରିନଥିବା ସଲିମ ନାୟକ, ଜନତ ନାୟକ ଅଭିଯୋଗ କରିଛନ୍ତି l

ଦାରିଂବାଡ଼ି ବ୍ଲକ ଦାସିଙ୍ଗିବାଡି ଗ୍ରାମ ପଞ୍ଚାୟତ ୭ ନମ୍ବର ୱ।ଡ଼ ବଣ୍ଡାପାଙ୍ଗ ଗ୍ରାମରେ ଖୋଳା ଯାଇଥିବା ନଳକୂପ କୁ ଯେଉଁଥିରେ କି ଦଉଡି ବାନ୍ଧି ଏକ ବାଉଁଶ ନଳ ମାଧ୍ୟମରେ ପାଣି ବାହାର କରୁଛନ୍ତି ଗ୍ରାମର ମହିଳା ମାନେ ଏହି ନଳକୂପ ରୁ ପାଣି ବାହାର କରି ବ୍ୟବହାର କରୁଛନ୍ତି l

ସରକାର କୋଟି କୋଟି ଟଙ୍କାର ବ୍ୟୟ ବରାଦ କରି ଗାଁର ସମସ୍ତ ଘରକୁ ଘର ପାଣି ଯୋଗାଇ ଦେଉଥିଲା ବେଳେ ଉକ୍ତ ଗାଁକୁ କେଉଁ କାରଣରୁ ପ୍ରଶାସନ ଦୃଷ୍ଟି ଦେଉନି ଏହି ଅଭିଯୋଗ ଆଣିଛନ୍ତି ସମସ୍ତ ଗ୍ରାମବାସୀ ଏହାର ସମାଧାନ ପାଇଁ ଗ୍ରାମବାସୀ ଦୀର୍ଘ ଦିନ ହେବ ପଞ୍ଚାୟତ ଜନ ପ୍ରତିନିଧି ଓ ବ୍ଳକ ପ୍ରଶାସନ ଜିଲ୍ଲା ପ୍ରଶାସନ ଆଗରେ ପାଣି ସମସ୍ୟା ସମ୍ପର୍କରେ ଅବଗତ କରି ମଧ୍ୟ ବିଫଳ ହୋଇଛନ୍ତି
ଗ୍ରାମର ସୁନନ୍ତି ନାୟକକହିଛନ୍ତି l
ଏନେଇ ଗ୍ରାମ୍ୟ ଜଳ ଯୋଗାଣ ବିଭାଗ ଅଧିକ୍ଷଣ ଯନ୍ତ୍ରୀ ଇଂ ବିକାଶ ଚନ୍ଦ୍ର ଦାସ ଙ୍କୁ ପଚାରିବାରେ ସେ କିଛିଦିନ ପାଈଁ ବରୱେଲ ଫିଟିଙ୍ଗସ
ଆସିନଥିବାରୁ କ୍ୟାପ ଦେଇ ବନ୍ଦ ରଖାଯାଇଥିଲା ବର୍ତମାନ ବରୱେଲ ଫିଟିଙ୍ଗ ଲଗାଯାଇ ବ୍ୟବହାର ଉପଯୋଗୀ କରାଯାଇଥିବା କହିଛନ୍ତି l ଜିଲାରେ ଖୋଳା ଯାଇଥିବା ସମସ୍ତ ବୋର ୱେଲ ରେ ଫିଟିଙ୍ଗସ ସାରିଥିବା ଇଂ ଦାସ ଆହୁରି କହିଛନ୍ତି
l

Leave A Reply

Your email address will not be published.