xmas

ତୁମୁଡି ବନ୍ଧ ଗ୍ରାଫାଇଟ ଖଣି ପୁନଃକାର୍ଯ୍ୟକ୍ଷମ କରିବା ନେଇ ବିଧାନସଭାରେ ବିଧାୟକଙ୍କ ପ୍ରଶ୍ନ

ଫୁଲବାଣୀ -06/07 ଏକଦା ଶିଳ୍ପ ବିହୀନ କନ୍ଧମାଳ ଜିଲାରେ ଏସୀଆ ମହାଦେଶ ର ଦ୍ୱିତୀୟ ବୃହତ କୁହାଯାଉଥିବା ଏକ ଗ୍ରାଫାଇଟ ଖଣି ତୁମୁଡ଼ିବନ୍ଧ ଠାରେ ଥିଲା, ଆଉ ସ୍ଥାନୀୟ ଲୋକେ ଖଣି ରେ କାମ କରି ପରିବାର ଚଳାଉଥିଲେ lପରବର୍ତୀ ସମୟରେ ହେଲେ ଜଙ୍ଗଲ ଓ ପରିବେଶ ବିଭାଗ କଟକଣା ପାଈଁ ଗତ ୨୫ ବର୍ଷ ହେଲା ବନ୍ଦ ରହିଛି ଏହି ଗ୍ରାଫl ଇଟି ଖଣି l ସେଇ ଖଣି କାର୍ଯ୍ୟକ୍ଷମ ହେଲେଚାକିରୀ ହରାଇଥିବା ତୁମୁଡିବନ୍ଧ ଓ କୋଟଗଡ଼ ବ୍ଲକ ଅଂଚଳ ର ପାଞ୍ଚ ହଜାର ପରିବାର କାମଧନ୍ଦା ଓ ଚାକିରୀ ପାଇପାରନ୍ତେ ଓ ବେକାରୀ ସମସ୍ୟା ସାଙ୍ଗକୁ ଦାଦନ ସମସ୍ୟା ମ ଧ୍ୟ ଦୂର ହୋଇପାରନ୍ତା ବୋଲି ଵାଲିଗୁଡ଼ା ବିଧାୟକ ଚକ୍ର ମଣି କହଁର ବିଧାନ ସଭା ରେ ପ୍ରଶ୍ନ ଉଠାଇଥିଲେ lହେଲେ ବିଧାୟକ ଙ୍କ ପ୍ରଶ୍ନର ଉତ୍ତର ରେ ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ କହିଥିଲେ ଯେ, ଗତ 10/08/1963ରେ ରାଜ୍ୟସରକାର ଶଙ୍କର ପ୍ରସାଦ ମିଶ୍ର ନାମକ ଜଣଙ୍କୁ ତୁମୁଡି ବନ୍ଧ ବ୍ଲକ ମାଦl ଗୁଡ଼ା ଠାରେ 126. 128ହେକ୍ଟର ଜଙ୍ଗଲ ଅଂଚଳ କୋଡିଏ ବର୍ଷ ପାଈଁ ଲିଜ ଦେଇଥିଲେଓ ପରେ ଏହାକୁ 09/08/2003ଯାଏ ନବୀକରଣ କରିଥିଲେ ତେଵେ 16/01/84ରୂ ଏହାକୁ ଏମ /ଏସ ଟି. ପି. ମିନେରାଲସ ନାମକ ଏକ କମ୍ପାନୀ କୁ ହସ୍ତାନ୍ତର କରାଯାଇଥିଲା lହେଲେ କେନ୍ଦ୍ର ସରକାର ଙ୍କ 04/05/98ରେ ବିଜ୍ଞପ୍ତି ପ୍ରକାରେ ସମ୍ପୃକ୍ତ ଖଣି ଅଂଚଳ କୁ ଜଙ୍ଗଲ ଅଂଚଳ ରେ ଅନ୍ତର୍ଭୁକ୍ତ କରାଗଲା ଓଏହାପରେ ଖଣି ଖନନ କାର୍ଯ୍ୟ ର ନବୀକରଣ କୁ 31/10/2011ରେ ମସିହାରେ ସରକାର ଖାରଜ କରିଦେଇଥିଲେ ବୋଲି ଖଣି ମନ୍ତ୍ରୀ ପ୍ରଫୁଲ ମଲିକ ଉତର ରେ କହିଥିଲେ l ଏଣୁ ବର୍ତମାନ ବନ୍ଦ ଥିବା ଏହି ଗ୍ରାଫାଈଟ ଖଣି କୁ ଚାଲୁ କରିବା ଆଦୌ ସମ୍ବବ ନୁହେଁ ବୋଲି ଖଣି ମନ୍ତ୍ରୀ ମଲିକ କହିଥିଲେ lସେହିପରି କୋଟଗଡ଼ ଓ ତୁମୁଡିବନ୍ଧ ବ୍ଲକ ଅଂଚଳ ର ବେକାର ଥିବା ପାଞ୍ଚ ହଜାର ପରିବାର କୁ କର୍ମସଂସ୍ଥାନ ଯୋଗାଇବା ନେଇ ସରକାରଙ୍କ ଦ୍ୱାରା କୌଣସି ନିଷ୍ପତି ନିଆଯାଇନଥିବା ମନ୍ତ୍ରୀ ମଲ୍ଲିକ ଆହୁରି କହିଥିଲେ lତୁମୁଡିବନ୍ଧ ବ୍ଲକ ବିଜେଡି ସଭାପତିତଥା ସଂସଦ ପ୍ରତିନିଧି ପ୍ରମୋଦ କୁମା ର ସାହୁ ଙ୍କ ବାରମ୍ବାର ଦାବୀ ଫଳରେ ବିଧାୟକ ଚକ୍ରମଣି କହଁର ବିଧାନ ସଭାରେ ଗତକାଲି ଏହି ପ୍ରଶ୍ନ ଉଠାଇଥିଲେ lତେଵେ, ଖଣି ଚଳାଇବାକୁ ଅନୁମତି ମିଳିଲେ ଅଂଚଳ ବାସି ବେଶ ଉପକୃତ ହୋଇପାରନ୍ତେ ବୋଲି ସାଧାରଣ ରେ ମତ ପ୍ରକାଶ ପାଇଛି l

Leave A Reply

Your email address will not be published.