mobile header

ଖୁଣ୍ଟା ବ୍ଳକରେ ଭୀମ ଭୋଇ ସାମର୍ଥ ଶିବିର ୭୨୩ ଜଣ ବିଭିନ୍ନ ବର୍ଗର ଦିବ୍ୟାଙ୍ଗ ପଞ୍ଜିକୃତ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ କାର୍ଯ୍ୟାଳୟ ପରିସରରେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ ପକ୍ଷରୁ ଭୀମ ଭୋଇ ସାମର୍ଥ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିର
କୁ ବ୍ଳକ ଅଧକ୍ଷ ସୁଧନ୍ୟା ନାଏକ, ଉଦଘାଟନ କରିଥିବା ବେଳେ ବିଡ଼ିଓ ମାନସ ରଞ୍ଜନ ସାମଲ , ଜିଲ୍ଲା ସାମାଜିକ ସୁରକ୍ଷାଧିକାରୀ ନାରାୟଣ ବେହେରା, ଭାରପ୍ରାପ୍ତ ବ୍ଳକ ସାମାଜିକ ସୁରକ୍ଷାଧିକାରୀ ସଂଗ୍ରାମକେଶରୀ ସାସମଲ ଙ୍କ ସମେତ ବିଭିନ୍ନ ପଞ୍ଚାୟତ ର ସମିତି ସଭ୍ୟ , ସରପଞ୍ଚମାନେ ଉପସ୍ଥିତ ଥିଲେ ।
ଭିନ୍ନକ୍ଷମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଯିବା ଏହି ଶିବିରର ମୁଖ୍ୟଲକ୍ଷ୍ୟ । ଏ ମାଧ୍ୟମରେ ଚିହ୍ନଟ ବ୍ୟକ୍ତିଙ୍କୁ ପ୍ରମାଣପତ୍ର , ସର୍ଜରୀ , ଉପକରଣ ବଣ୍ଟନ କରାଯିବାକୁ ଥିବା ବେଳ ୫ ଜଣ ଭିନ୍ନକ୍ଷମ ଙ୍କୁ ନେଇ ଗଠନ ହୋଇଥିବା ସଂଘ କୁ ୫୦ ହଜାର ଟଙ୍କା , ଭିନ୍ନକ୍ଷମଙ୍କୁ ବିବାହ ପାଇଁ ୨ ଲକ୍ଷ ୫୦ ହଜାର ଟଙ୍କା ର ସରକାରୀ ସହାୟତା , ତତସହିତ ହାତ ଗୋଡ଼ ହରାଇଥିବା ବ୍ୟକ୍ତିଙ୍କୁ ଅତ୍ୟାଧୁନିକ କୃତ୍ରିମ ଅଙ୍ଗ ପ୍ରଦାନ ଆଦି ବ୍ୟବସ୍ଥା ଥିବା ସଂମ୍ପର୍କରେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀ ବେହେରା ସୁଚାଇ ଥିଲେ ।
ଶିବିରରେ ୧୪ଟି ପଞ୍ଚାୟତରୁ ମୋଟ ୭୨୩ ଜଣ ଭିନ୍ନକ୍ଷମ ନାମ ପଞ୍ଜିକୃତ କରିଥିଲେ । ବାରିପଦା ପିଆରଏମ ମେଡ଼ିକାଲ କଲେଜରୁ ଆସିଥିବା ବିଭିନ୍ନ ବିଭାଗର ବିଶେଷଜ୍ଞମାନେ ଭିନ୍ନକ୍ଷମମାନଙ୍କୁ ପରିକ୍ଷା କରିବା ସହ ସେମାନଙ୍କୁ ଚିହ୍ନଟ କରିଥିଲେ । ସେ ମଧ୍ୟରୁ ୪୨୧ ଜଣ ବିଭିନ୍ନ ବର୍ଗର ପ୍ରମାଣପତ୍ର ପ୍ରଦାନ କରାଯାଇଥିବା ବେଳେ ୩୫୪ ଜଣଙ୍କୁ ବସପାସ , ୧୮୧ ଜଣଙ୍କୁ ଆୟ ପ୍ରମାଣପତ୍ର ପ୍ରଦାନ କରାଯିବା ସହ ୪୩ ଜଣଙ୍କୁ ସ୍ଵାବଲମ୍ବି ପ୍ରଶିକ୍ଷଣ , ୧୧ ଜଣଙ୍କୁ ବାଣିଶ୍ରୀ ଏବଂ ୮ଜଣଙ୍କୁ ଡିଆରଆଇ ଲୋନ, ଜାତୀୟ ମେଧାବୃତ୍ତି ପାଇଁ ୫ ଜଣ , ମିଶନକ୍ଷମତା ଗୃପ ଗଠନ ସହାୟତା ୩ , ୧୭ ଜଣଙ୍କୁ ବାସଗୃହ ନିମନ୍ତ ଚୟନ କରାଯାଇଥିବା ବେଳେ ୩ଜଣଙ୍କୁ ଭିନ୍ନକ୍ଷମଙ୍କୁ ବିବାହ ପାଇଁ ରହିଥି ପ୍ରତ୍ସାହନ ରାଶି ଓ ୨୪୩ ଜଣଙ୍କୁ ବିଭିନ୍ନ ଭିନ୍ନକ୍ଷମ ଉପକରଣ ପ୍ରଦାନ କରାଯିବାକୁ ଥିବା ଜଣାଯାଇଛି । ଏହି କାର୍ଯ୍ୟକ୍ରମକୁ ବ୍ଳକ , ତହସିଲ , ଶିକ୍ଷା ବିଭାଗ ଓ ଆଇସିଡିଏସ ର କର୍ମଚାରୀ ଙ୍କ ସମେତ ଖୁଣ୍ଟା ହାଇସ୍କୁଲର ସ୍ଵେଚ୍ଛାସେବୀ ଛାତ୍ରଛାତ୍ରୀ ମାନେ ଯୋଗ ଦେଇପରିଚାଳନା କରିଥିଲେ ।

Leave A Reply

Your email address will not be published.