mobile header

୭ ଜଣ ଆତ୍ମସମର୍ପଣ ମହିଳା ମାଓବାଦୀଙ୍କୁ ସିଲେଇ ମେସିନ ପ୍ରଦାନ


ମାଲକାନଗିରି,୮/୭: ମାଲକାନଗିରି ଜିଲ୍ଲା ପ୍ରଶାସନ ତରଫରୁ ୭ ଜଣ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀଙ୍କୁ ଜୀବନଜୀବିକା ପାଇଁ ସିଲେଇ ମେସିନ ପ୍ରଦାନ କରାଯାଇଛି।ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଭା ଗୃହରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ବିଶାଲ ସିଂ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଏସପି ନୀତିଶ ଵାଧଵାନି,ପିଡି,ଡିଆରଡିଏ ବାଳମୁକୁନ୍ଦ ଭୁୟାଁ ସମେତ ଓଏଲଏମର ଡିପିଏମ,ଜିଲ୍ଲା ନିଯୁକ୍ତି ଅଧିକାରୀ,ଓଏଲଏମର ବିପିସି,ବିଏଲସି ପ୍ରମୁଖ ଯୋଗ ଦେଇଥିଲେ।ସ୍ବତନ୍ତ୍ର କେନ୍ଦ୍ରୀୟ ଅନୁଦାନ ଯୋଜନାରେ ଏହି ସିଲେଇ ମେସିନ ପ୍ରଦାନ କରାଯାଇଛି।ମାଲକାନଗରି ଜିଲ୍ଲା ମିଶନ ଶକ୍ତି ତରଫରୁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଆତ୍ମସମର୍ପଣ କରିଥିବା ମହିଳା ମାଓବାଦୀମାନେ ଯେପରି ନିଜେ ଆତ୍ମନିର୍ଭରଶୀଳ ହେବା ସହ ଅନ୍ୟମାନଙ୍କୁ ମଧ୍ୟ ଜୀବନଜୀବିକାରେ ସହଯୋଗ କରିବେ ସେନେଇ ପରାମର୍ଶ ଦିଆଯାଇଥିଲା।ଆତ୍ମସମର୍ପଣ କରିଥିବା ୭ ଜଣ ମହିଳା ମାଓବାଦୀମାନେ ମଧ୍ୟ ସରକାରଙ୍କର ଏଭଳି ସହଯୋଗକୁ ପ୍ରଶଂସା କରିହା ସହ ଧନ୍ୟବାଦ ଜଣାଇଥିଲେ।ସେମାନେ ଆଗକୁ ନିଜେ ସ୍ବାଭିମାନୀ ହୋଇ ବଞ୍ଚିବେ ବୋଲି କହିଥିଲେ।

Leave A Reply

Your email address will not be published.