ବିଦ୍ୟାଳୟ ରେ ଶିକ୍ଷକ ଙ୍କ ରାଜୁତି, ପିଲାଙ୍କୁ ପିଟିବା ସହ ଦୁର୍ବ୍ୟବହାର କରୁଛନ୍ତି ଶିକ୍ଷୟତ୍ରୀ ।

ମାଲକାନଗିରି, ୮।୭- ଚକ୍ ଖଡି ବଦଳରେ କେତେ ବେଳେ ଦିଦିଙ୍କ ହାତରେ ବାଡି ତୋ ଆଉ କେତେ ବେଳେ ଦିଦିଙ୍କ ହାତରେ ଚୌକି । ଶ୍ରେଣିରେ ପିଲାଙ୍କୁ କଅଣ ପାଠ ପଢାଉଛନ୍ତି ଦିଦି ତାହା କେହି ଜାଣି ପାରୁ ନାହାନ୍ତି । ଓଲଟା ପ୍ରଶ୍ନ କଲେ ପିଲାଙ୍କୁ ନିସ୍ତୁକ ଭାବେ ପିଟୁଛନ୍ତି ଦିଦି । କେବଳ ଏକିତି ନୁହେ ଶ୍ରେଣି ଗୃହ ଭିତର କବାଟ ଝରକା ବନ୍ଦ କରି ପିଲାଙ୍କୁ ବାହାରେ ବସେଇ ଦେଉଛନ୍ତି ଏହି ଦିଦି । ଏପରି ଏକ ଅଭାବନିୟ ଦୃଶ ଦେଖିବାକୁ ମିଳିଛି ଆଦିବାସି ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ଚମ୍ପାନଗର ପ୍ରାଥମିକ ବିଦ୍ୟାଳୟରେ । ପ୍ରଧାନ ଶିକ୍ଷୟତ୍ରୀଙ୍କୁ ମିଶାଇ ବିଦ୍ୟାଳରେ ରହିଛନ୍ତି ମୋଟ ତିନି ଜଣ ଶିକ୍ଷୟତ୍ରୀ । ହେଲେ ଏଠାକାର ଶିକ୍ଷା ସହାୟକ ବନିତା ସ୍ବାଇଁ ପାଗଳି ବୋଲି ଜାଣିବା ପରେ ଗାଁ ଲୋକେ ଏବେ ନିଜ ପିଲା ଛୁଆଙ୍କୁ ବିଦ୍ୟାଳୟକୁ ପଠାଇବା ଲାଗି ଭୟ କରୁଛନ୍ତି । ଦେଖନ୍ତୁ ଏହି ଚିତ୍ରକୁ ବନିତା ଦିଦିଙ୍କୁ ଦେଖି ଜଣେ ଛାତ୍ରୀ କିପରି ଭୟରେ କାନ୍ଦୁଛି । କେବଳ ଏତିକୁ ନୁହେ ଦିଦିଙ୍କ ପାଗଳାମିର ଭିଭିଓ ଉତ୍ତୋଳନ କରିବାକୁ ଯାଇଥିବା ବେଳେ ଆମକୁ ହୁ ଆର ୟୁ ବୋଲି କହିଥିଲେ ବନିତା ଦିଦି । କେମେରା ଦେଖି ଚେୟାର ଉଠାଇ ଆମକୁ ମାରିବାକୁ ମଧ୍ୟ ଆସିଥିଲେ ପାଗଳି ଦିଦି ।
ସି.ଆର.ସି ଠାରୁ ଆରମ୍ଭ କରି ବି.ଆର.ସିଙ୍କ ପର୍ଯ୍ୟନ୍ତ ସମସ୍ତଙ୍କୁ ବାରମ୍ବାର ବନିତା ଦିଦି ଖରାପ ବ୍ୟବହାର କରୁଥିଲେ ହେଁ ଜିଲ୍ଲା ଶିକ୍ଷା ବିଭାଗ ବର୍ତ୍ତମାନ ସୁଦ୍ଧା ତାଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନାହି କାହିକି ବୋଲି ଗାଁ ଲୋକେ ପ୍ରଶ୍ନ କରିଛନ୍ତି । ବାରମ୍ବାର ଅଭିଯୋଗ ହେବା ପରେ ମଧ୍ୟ ଜିଲ୍ଲା ଶିକ୍ଷା ବିଭାଗ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନଥିବାରୁ ଗାଁ ଲୋକ ଆଜି ବୈଠକ କରିବା ପରେ ବିଦ୍ୟାଳୟରେ ପହଞ୍ଚିଥିଲେ ଦିଦିଙ୍କୁ ବିଦ୍ୟାଳୟରୁ ବାହାର କରିବା ଲାଗି ହେଲେ ମାନସିକ ବିକାରଗସ୍ତ ଥିବା ବନିତା ଦିଦି ଗାଁ ଲୋକଙ୍କୁ ଦେଖି ଦିର୍ଘ ସମୟ ଧରି ଶ୍ରେଣି ଗୃହ ଭିତରେ କବାଟ ଝରକା ବନ୍ଦ କରି ଲୁଚି ରହିଥିଲେ । ପାଗଳି ଦିଦିଙ୍କ ତୁରନ୍ତ ବଦଳି କରିବା ଲାଗି ଚମ୍ପାନଗର ଗାଁ ଲୋକେ ଦାବି କରିଛନ୍ତି ।

Leave A Reply

Your email address will not be published.