mobile header

ଫୁଲବାଣୀ ରେ ରଥ ଯାତ୍ରା ଅବସର ରେ ଭଜନ ସନ୍ଧ୍ୟା, ଭକ୍ତ ଙ୍କ ଭିଡ


ଫୁଲବାଣୀ 08/08
ପବିତ୍ର ରଥ ଯାତ୍ରା ଅବସରରେ ତିନି ଠାକୁର ମାଉସୀମା ମନ୍ଦିରରେ ଅବସ୍ଥାନ କରୁଥିବାରୂ. ଫୁଲବାଣୀ ମାଉସୀମା ମନ୍ଦିର ଠାରେଠାକୁରଙ୍କୁ ଦର୍ଶନକରିବା ପାଈଁ ସବୁଦିନେ ଭକ୍ତ ଙ୍କ ଭିଡ ହେଉଛି l ଏଣୁ ମନ୍ଦିର କମିଟିଓ କନ୍ଧମାଳ ଜିଲ୍ଲା ସାଂସ୍କୃତିକ ପରିଷଦ ମିଳିତ ଅନୁକୁଲ୍ୟରେ ପ୍ରତିଦିନ ସନ୍ଧ୍ୟାରେ ଅଗ୍ରଣୀ ସଂସୃତିକ ଅନୁଷ୍ଠାନ ନଟରାଜ କଳା ମନ୍ଦିର ପକ୍ଷରୁ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ମାନଙ୍କ ଦ୍ୱାରା ଭଜନ ସନ୍ଧ୍ୟା ର ଆୟୋଜନ କରାଯାଇଛି lଭଜନ ଶୁଣିବା ଲାଗି ପ୍ରତିଦିନ ଭକ୍ତ ମାନଙ୍କ ପ୍ରବଳ ଭିଡ ମଧ୍ୟା ଜମୁଛି l ଗତକାଲି ଏହି କାର୍ଯ୍ୟକ୍ରମ ରେ ଫୁଲବାଣୀ ପୋୖରାଧ୍ୟାକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ମୂଖ୍ୟ ଅତିଥୀ ଭାବେ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥୀ ଭାବେ ପ୍ରତିଷ୍ଠିତ ବ୍ୟବସାୟୀ ତଥା ଜାତରକମିଟି ସଭାପତି ପି. ସୁଧାଂଶୁ ମୋହନ ସେନାପତି, ପୂର୍ବତନ କାଉନସିଲର ତଥା ସମାଜସେବୀ ସରୋଜ ମୁନି, ଜଗନାଥ ମନ୍ଦିର କମିଟୀ ସମ୍ପାଦକ ହରିଶ ଚନ୍ଦ୍ର ମହାରଣା, ନୃତ୍ୟ ଶିଳ୍ପୀ ବିନୋଦ ସାହୁ ଯୋଗ ଦେଇ ଭାଜନ ସନ୍ଧ୍ୟା କୁ ଉଦଘାଟନ କରିବା ସହ କଳାକାର ମାନଙ୍କ ଦ୍ୱାରା ପରିବେଷିତ ଭଜନ ଉପଭୋଗ କରିଥିଲେ l
ଠାକୁର ଦର୍ଶନ କରି ଆଶିଷ ଲାଭ କରିବା ସହ ଭଜନ ଶୁଣିଲେ ମନ୍ୟୁଷ ସତପଥ ରେ କାର୍ଯ୍ୟକରିବା ସହ ତାର ଆଧ୍ୟାତ୍ମିକ ଶକ୍ତି ବୃଦ୍ଧିପାଇଥାଏ ଯାହା ପରିବାର ଓ ସମାଜ ପାଈଁ ମଙ୍ଗଳ ହୋଇଥାଏ ବୋଲି ମୁଖ୍ୟ ଅତିଥୀ ପୌରାଧ୍ୟକ୍ଷl ସ୍ମିତା ରାଣୀ ମହାନ୍ତି କହିଥିଲେ l
ଏହି ଅବସରରେ ପୋୖରାଧ୍ୟାକ୍ଷାଶ୍ରୀମତୀ ମହାନ୍ତି ଠାକୁରଙ୍କୁ ଦର୍ଶନ କରିବା ସହ ପୂଜାର୍ଚନା କରି ସହର ବାସି ଙ୍କ ମଙ୍ଗଳ କାମନା ମଧ୍ୟ କରିଥିଲେ l

Leave A Reply

Your email address will not be published.