
ଫୁଲବାଣୀ -08/08 କନ୍ଧମାଳ ରେ ପୁଣି ଜନନୀ ଯନ୍ତ୍ରଣାl କେଉଁଠି ମୋବାଇଲ ଚାଲୁନି ଫଳରେ ଆମ୍ବୁଲାନ୍ସ କୁ ଫୋନ କରିବାଲାଗି ବିଳଂମ୍ବ ହେଉଛି ତଆଉ କେଉଁଠି ରାସ୍ତା ସମସ୍ୟା lଫଳରେ ଗର୍ଭାବତୀ ମହିଳା ମାନେ ଠିକ ସମୟରେ ମେଡିକାଲ ରେ ପହଂଚି ନପାରିବା ଫଳରେ ନବଜାତକ ର ହେଉ ନହେଲେ ମା ର ମୃତ୍ଯୁ ଘଟୁଥିବା ଘଟଣା ସାମ୍ନାକୁ ଆସୁଛି l ପ୍ରଶାସନର ଶତ ଚେଷ୍ଟା ସତ୍ୱେ ପରିସ୍ଥିତି ରେ ସୁଧାର ଆସୁନି l
ଏଭଳି ଏକ ଘଟଣା କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ପଙ୍ଗା ଉପର ସାହି ମାର୍କଲି ଗ୍ରାମରୁ ଅସିଛି lସୂଚନା ଯୋଗ୍ୟ ଯେ ଗ୍ରାମର ବିରୁପାକ୍ଷ କହଁର ଙ୍କ ପତ୍ନୀ ଚନ୍ଦ୍ରିକା ଙ୍କ ପ୍ରସବ ବେଦନା ହୋଇଥିଲା l ପରିବାର ଲୋକେ ଆମ୍ବୁଲାନ୍ସ କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ, ତେଵେ ସଂଗେସଂଗେ ସମ୍ବବ ହୋଇନଥିଲା, lସେ ପଟେ ଗାଁ କୁ ରାସ୍ତାନାହିଁ l ନଦୀ ଉପରେ ବାଉଁଶପୋଲ କରି ଲୋକେ ଯା ଆ ସ କରୁଛନ୍ତି lଏଣୁ ଲୋକେ ଦୋଳା ରେ ଗର୍ଭାବତୀ ଙ୍କୁ ବାଦେକl ତା କୁ ଆଣିଥିଲେ l ସେଠାରୁ ଜନନୀ ସୁରକ୍ଷା ଗାଡି ରେ ଫିରିଙ୍ଗିଆ ଡାକ୍ତର ଖାନା ଆଣିଥିଲେ lତେଵେ ଆମ୍ବୁଲାନ୍ସ ରେ ପ୍ରସବ ହୋଇଯାଇଥିଲା ଆଉ ନବଜାତ ଶିଶୁ କନ୍ୟା ର ମୃତ୍ଯୁ ହୋଇଥିଲାl ତେଵେ ଏ ନେଇ ଡାକ୍ତର ଙ୍କୁ ପଚାରିବାରେ ସେ ପ୍ରସବ ପୂର୍ବରୁ ମା ପେଟରେ ଶିଶୁ ର ମୃତ୍ଯୁ ହୋଇଥିବା କହିଛନ୍ତି lତେଵେ ଯୋଗାଯୋଗ ଅଭାବରୁ ଵିଳମ୍ବ ରେ ଏହି ଖବର ଜଣାପଡିଥିଲା l
ଜିଲାରେ ମୋବାଇଲ ଫୋନ ସୁବିଧା ନଥିବା ଓ ଗମନାଗମନ ଅସୁବିଧା ପାଈଁ ବିଭିନ୍ନ ସମୟରେ ନବଜାତ ଶିଶୁ ଓ ଗର୍ଭବତୀ ମହିଳା ଙ୍କ ମୃତ୍ଯୁ ଘଟୁଥିବା ଖବର ସାମନା କୁ ଆସୁଛି l
ଏଥି ପ୍ରତି ଜିଲ୍ଲା ପ୍ରଶାସନ ଦ୍ରୁଷ୍ଟି ଦେବାକୁ ଦାବୀ ହେଉ ଛି l