
ଫୁଲବାଣୀ -08/08
ଏମିତିରେ ତ ଲୋକଙ୍କ ଜମିଜମା ସମସ୍ୟା ସମାଧାନ, ବନ୍ୟl,ବାତ୍ୟା, ଘରପୋଡି, ବେଳେ କ୍ଷତିଗ୍ରସ୍ତ ଲୋକଙ୍କ ପାଖରେ ପହଂଚି ସେବା ଯୋଗାଇଥାନ୍ତି ତହସିଲଦାର l
ଖାଲି ସେତିକି ନୁହେଁ, ଆନ୍ଦୋଳନ, ବିକ୍ଷୋଭ ,ଦୂର୍ଘଟଣା ସମୟରେ ବି ତହସିଲଦାର ଙ୍କୁ ଖୋଜା ପଡିଥାଏ l
ଏତେ ସବୁ ଦାଇତ୍ୱ ଗୁଡିକୁ ସୁଚାରୂରୂ ପେ ପରିଚାଳନା କରିବା ପରେ ତହସିଲଦାର ଚାର୍ଲଏସ ନାୟକ ଏବେ ଦାରିଂବାଡ଼ି ବ୍ଲକ ଅନ୍ତର୍ଗତ ସ୍କୁଲ ଗୁଡିକୁ ଯାଇ ପିଲାଙ୍କୁ ପାଠ ପଢ଼ାଇ ବାରେ ମଧ୍ୟ ରୁଚି ରଖିଛନ୍ତିl ପିଲାମାନେ ମଧ୍ୟ ପଦସ୍ତ ଅଫିସର ମାନେ ପାଠ ପଢାଇ ଲେ ବେଶ ଖୁସି ଅନୁଭବ କରିଥାନ୍ତି l ଆଉ ବଡହେଲେ ତାଙ୍କ ପରି ଜଣେ ଦକ୍ଷ, ସଚୋଟ, ପ୍ରଶାସନିକ ଅଧିକାରୀ ହେବେ ବୋଲି ଲକ୍ଷରଖିଥାନ୍ତି ପିଲାମାନେ l
ସୂଚନା ଯୋଗ୍ୟ ଯେ, ତହସିଲ ଦାର ନାୟକ ଗତକାଲି ପଟl ବାଣ୍ଟିବାଲାଗି ସୀମନ ବାଡି ସ୍କୁଲ କୁ ଯାଇଥିବା ଅବସର ରେ ପିଲାଙ୍କୁ କିଛିସମୟ ଧରି ପାଠ ପଢ଼ାଇ ଥିବା ଦେଖିବାକୁ ମିଳିଥିଲା, ଯାହାକି ପିଲାମାନଙ୍କୁ ପ୍ରେରଣା ମିଳିଥିଲା ବୋଲି କୁହାଯାଉଛି lତହସିଲଦାର ଙ୍କ ପାଠପଢା ଶୈଳୀ କୁ ପସନ୍ଦ କରିବା ସହ ପ୍ରଶ୍ନର ଉତ୍ତର ଦେଇଥିଲେ ଛାତ୍ରଛାତ୍ରୀ l
ଶେଷରେ ତହସିଲଦାର ହେବତ ଏମୀତି ବୋଲି କହିଛନ୍ତି ଶିକ୍ଷକଶିକ୍ଷୟତ୍ରୀ ଓ ଅବିଭାବକ l