mobile header

ନାଳ ପାଣିରେ ବୁଡି ଶିଶୁ ର ମୃତ୍ୟୁ.


ଫୁଲବାଣୀ -08/08
କନ୍ଧମାଳ ଜିଲା ଫିରିଙ୍ଗିଆ ବ୍ଲକ ମାଝୀପଡା ଗାଁ ନିକଟରେ ଥିବା ସୁରକା ପଟାଙ୍ଗୀ ନାଳ ରେ ବୁଡ଼ିଯାଇ ଜଣେ ଦୁଇ ବର୍ଷ ର ଶିଶୁ ର ମୃତ୍ୟୁ ହୋଇଛି.l
ମୃତ ଶିଶୁ ଜଣକ ମଝିପଡ଼ା ଗାଁ ର ବିକାଶ କହଁର ଙ୍କ ଏକମାତ୍ର ପୁଅ ଆୟୁଷ କହଁର ବୋଲି ଜଣା ପଡିଛି.l ସୂଚନା ଅନୁସାରେ ମୃତ ଶିଶୁ ଜଣକ ତା ମା ସହିତ ନାଳକୁ ଗାଧୋଇବା ପାଇଁ ଯାଇଥିଲା. ପୁଅକୁ ଛାଡି ମା ଶୌଚ ହେବା ପାଇଁ ଗଲା ବେଳେ ଶିଶୁ ଟି ନାଳ ପାଣି ରେ ବୁଡି ଯାଇଥିଲା.l ଖବର ପାଇ ସ୍ଥାନୀୟ ଲୋକେ ଶିଶୁକୁ ପାଣିରୁ ଉଦ୍ଧାର କାରି ଫିରିଙ୍ଗିଆ ମେଡିକାଲ କୁ ଆଣିଥିଲେ.l ହେଲେ ମେଡ଼ିକାଲ ରେ ପହଁଚିଲା ପରେ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ. l ପରେ ଖବର ପାଇଁ ଫିରିଙ୍ଗିଆ ଥାନl ଅଧିକାରୀ ପି ଶ୍ୟାମସୁନ୍ଦର ରାଓ ଙ୍କ ନିର୍ଦେଶ କ୍ରମେ ଥାନାରେ କାର୍ଯ୍ୟରତ ଏ ଏସ ଆଇ ପ୍ରମୋଦ କୁମାର ପ୍ରଧାନ ମେଡିକାଲ ରେ ପହଂଚି ଶବ ର ପ ଞ୍ଚନାମା କରି ବ୍ୟବଛେଦ ପାଇଁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ କୁ ପଠାଇ ଅଧିକ ତଦନ୍ତ ଜାରି ରଖିଛନ୍ତି.ଏ ନେଇ ଫିରିଙ୍ଗିଆ ଥାନାରେ 05/2022 ରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛିl

Leave A Reply

Your email address will not be published.