mobile header

ଭୁବନେଶ୍ୱର ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ

ସମର୍ଥନ ଯୋଗାଡ଼ କରିବାକୁ ଭୁବନେଶ୍ୱରରେ ପହଞ୍ଚିଲେ ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ତଥା ଓଡ଼ିଆ ଝିଅ ଦ୍ରୌପଦୀ ମୁର୍ମୁ। ଶୁକ୍ରବାର ଦିନ ୧୧ଟାରେ ଦ୍ରୌପଦୀ ମୁର୍ମୁ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା ପରେ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି। ପାରମ୍ପରିକ ନୃତ୍ୟ ଏବଂ ବାଦ୍ୟରେ ପ୍ରକମ୍ପିତ ହୋଇଛି ବିମାନ ବନ୍ଦର।ବିମାନ ବନ୍ଦରରେ ପହଞ୍ଚିବା ପରେ ଦ୍ରୌପଦୀ ମୁର୍ମୁ ରାଜ୍ୟ ଅତିଥି ଭବନ ଅଭିମୁଖେ ଯାତ୍ରା କରିଛନ୍ତି। ସେଠାରେ କିଛି ସମୟ ବିଶ୍ରାମ ନେବେ ଏବଂ ବିଜେପି ବିଧାୟକ ଏବଂ ସାଂସଦଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି। ଏହା ପରେ ବିଧାନସଭା ଯାଇ ରାଜ୍ୟର ସବୁ ଦଳର ବିଧାୟକ ଏବଂ ସାଂସଦମାନଙ୍କ ସହଯୋଗ ଲୋଡ଼ିବେ।ଶେଷରେ ନବୀନ ନିବାସକୁ ଯାଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଅଧଘଣ୍ଟା ଆଲୋଚନା କରିବେ ଦ୍ରୌପଦୀ ମୁର୍ମୁ। ଏହା ପରେ ସେ ଦିଲ୍ଲୀ ଅଭିମଖେ ଯାତ୍ରା କରିବେ।ସବୁଠାରୁ ବଡ଼ କଥା ହେଉଛି ବିଜେଡି ସରକାର ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କୁ ସମର୍ଥନ ଦେବାକୁ ଘୋଷଣା କରିଛି। ଦ୍ରୌପଦୀ ମୁର୍ମୁଙ୍କ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ବିଜେଡି ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ମାଟିର ଝିଅକୁ ଜିତାଇବାକୁ ଫୁଲ୍‌ ଦମରେ ଲାଗି ପଡ଼ିଛନ୍ତି ନବୀନ ସରକାର। ବିଜେଡି ସମର୍ଥନ ଏବେ ଦ୍ରୌପଦୀ ମୁର୍ମୁଙ୍କ ବିଜୟର ପଥକୁ ଆହୁରି ସୁଗମ କରିଥିବା କୁହାଯାଉଛି।

Leave A Reply

Your email address will not be published.