mobile header

ବିଧାନସଭା ସମ୍ମିଳନୀ କକ୍ଷରେ ଦ୍ରୌପଦୀ ମୁର୍ମୁ, ବିଜେଡି ବିଧାୟକ ସାଂସଦଙ୍କ ସହିତ ଆଲୋଚନା

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଓଡିଶା ବିଧାନସଭା ପରିସରରେ ଥିବା ସମ୍ମିଳନୀ କକ୍ଷରେ ଆଲୋଚନା କରୁଛନ୍ତି। ସେଠାରେ ସେ ବିଜେଡି ସାଂସଦ ଏବଂ ବିଧାୟକକଙ୍କ ସହିତ ଆଲୋଚନା କରୁଛନ୍ତି। ଏହି ବୈଠକରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ଅଛନ୍ତି।ଆଜି ଦ୍ରୌପଦୀ ବିଧାନସଭା ପରିସରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ବିଜେଡି ବିଧାୟକ ପ୍ରଣବ ପ୍ରକାଶ ଦାସ, ପ୍ରଶାନନ୍ତ ମୁଦୁଲି, ସାଂସଦ ପିନାକୀ ମିଶ୍ର, ସସ୍ମିତ ପାତ୍ର ସ୍ବାଗତ କରିଥିଲେ। ସମ୍ମଳନୀ କକ୍ଷ ଦ୍ବାରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ପାଛୋଟି ନେଇଥିଲେ। ଏହାପରେ ଦ୍ରୌପଦୀ ରାଜ୍ୟ ଅତିଥୀ ଭବନରେ ବିଜେପି ବିଧାୟକ ଏବଂ ସାଂସଦଙ୍କ ସହିତ ଆଲୋଚନା କରିବେ।

Leave A Reply

Your email address will not be published.