mobile header

ଆବାସିକ ବିଦ୍ୟାଳୟରେ ବନମହୋତ୍ସବ ପାଳିତ ହୋଇଯାଇଛି


୦୮-୦୭-୨୦୨୨
ମୟୂରଭଞ୍ଜ।

ମୟୂରଭଞ୍ଜ ଜିଲ୍ଲାରେ ଥିବା ଅନୁସୂଚୀତ ଜନଜାତି ତଥା ଅନୁସୂଚୀତ ଜାତି ଉନ୍ନୟନ ବିଭାଗ ଅନ୍ତର୍ଗତ ଆବାସିକ ବିଦ୍ୟାଳୟ ଗୁଡିକରେ ବନ ମହୋତ୍ସବ ପାଳିତ ହୋଇ ଯାଇଛି |ଜିଲ୍ଲା ମଙ୍ଗଳ ଅଧିକାରୀ ଚିତ୍ତ ରଞ୍ଜନ ମହାପାତ୍ରଙ୍କ ପ୍ର6ତ୍ୟକ୍ଷ ତତ୍ୱବୋଧନରେ ତଥା ବନ ବିଭାଗୀୟ କତ୍ତୃପକ୍ଷ ଏବଂ କର୍ମଚାରୀଙ୍କ ଉତ୍ତମ ପରିଚାଳନାରେ ବିଭିନ୍ନ ବିଦ୍ୟାଳୟରେ ବୃକ୍ଷ ରୋପଣ ତଥା ସ୍ଲୋଗାନ ମାଧ୍ୟମରେ ଜନ ସାଧାରଣଙ୍କୁ ସଚେତନ କରାଯାଇଥିଲା |ବିଦ୍ୟାଳୟ ପରିବେଶ ତଥା ପ୍ରାକୃତିକ ଭାରସାମ୍ୟ ରକ୍ଷା ନିମନ୍ତେ ଏ କାର୍ଯ୍ୟକ୍ରମ ସମସ୍ତଙ୍କ ଆଦରଣୀୟ ହୋଇ ପାରିଛି |ବିଭିନ୍ନ ଜିଲ୍ଲାରୁ ଆସି ବାଢୁନିଆ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ର ପ୍ରତ୍ସlହନ ଯୋଜନାରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷ ରୋପଣ କରିଥିଲେ |ପିଲାଙ୍କ ମନରେ ଜାଗରଣ ସୃଷ୍ଟି ନିମନ୍ତେ ବିଦ୍ୟାଳୟ ମାନଙ୍କରେ ପ୍ରବନ୍ଧ, ପତ୍ରଲିଖନ ପ୍ରତିଯୋଗିତା ସହିତ ନାଟକ ମାନ ଆୟୋଜିତ ହୋଇଥିଲା |ରାଇରଙ୍ଗପୁର ଏସ ଏସ ଡି ଉଚ୍ଚ ବାଳିକା ବିଦ୍ୟାଳୟର ପିଲାମାନେ ସୁନ୍ଦର ନାଟକ ପରିବେଷଣ କରିଥିଲେ |ଶିକ୍ଷା ମଣ୍ଡଳଧିଶ ଚନ୍ଦ୍ରଭାନୁ ମହାପାତ୍ର ଏବଂ ଜିଲ୍ଲା ନିରୀକ୍ଷକ ମାନସ ରଞ୍ଜନ ତ୍ରିପାଠୀ ବିଭିନ୍ନ ବିଦ୍ୟାଳୟକୁ ଯାଇ ବୃକ୍ଷ ରୋପଣ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ |ଏ କାର୍ଯ୍ୟକ୍ରମର ଉତ୍ତମ ପରିଚାଳନା ନିମନ୍ତେ ବିଷୟ ବିଶେଷଜ୍ଞ ରଶ୍ମିରଞ୍ଜନ ପଲେଇ ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରିଥିଲେ |

Leave A Reply

Your email address will not be published.