mobile header

ହକି ବିଶ୍ୱକପରେ ଗୋଲ କରିବା ପରେ ପ୍ରେମିକକୁ କିସ୍ କଲେ ଖେଳାଳି

ନୂଆଦିଲ୍ଲୀ : ଫୁଟବଲ ଏବଂ କ୍ରିକେଟ ପଡିଆରେ ଖେଳାଳି ଦର୍ଶକଙ୍କ ଆଗରେ ନିଜ ଲଭରଙ୍କୁ କିସ୍ କିମ୍ୱା ପ୍ରେମ ନିବେଦନ କରିବା ଖବର ଶୁଣିଥିବେ । କିନ୍ତୁ ଏଥର ହକି ଷ୍ଟାଡିୟମରୁ ଏପରି ଏକ ଖବର ସାମନାକୁ ଆସିଛି । ଉଲ୍ଲେଖଯୋଗ୍ୟ ଯେ, ମହିଳା ହକି ବିଶ୍ୱକପରେ ଗୋଲ କରିବା ପରେ ଜଣେ ଖେଳାଳି ସମସ୍ତଙ୍କ ଆଗରେ ନିଜ ପ୍ରେମିକକୁ କିସ୍ କରିବା ସହ ଆଣ୍ଟୁ ମାରି ପ୍ରପୋଜ କରିଥିଲେ । ଏହି ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ମହିଳା ହକି ବିଶ୍ୱକପରେ ନେଦରଲାଣ୍ଡ ଏବଂ ଚିଲୀ ମଧ୍ୟରେ ଖେଳା ଯାଇଥିବା ମ୍ୟାଚ ପରେ ଏହି ଘଟଣା ଘଟିଥିଲା । ଚିଲୀ ଖେଳାଳି ଫ୍ରାନ୍ସିସ୍କା ତାଲା ନେଦରଲାଣ୍ଡ ବିପକ୍ଷରେ ଗୋଲ କରିବା ପରେ ନିଜ ପୁରୁଷ ବନ୍ଧୁଙ୍କୁ କିସ୍ କରିଥିଲେ ଏବଂ ପରେ ବିବାହ ପାଇଁ ନିବେଦନ କରିଥିଲେ।

Leave A Reply

Your email address will not be published.