mobile header

୧୧ କେଭି ସଂସ୍ପର୍ଶରେ ଆସି ଜଳିଗଲେ ଯୁବକ

ଉଦଳା –
ବିଦ୍ୟୁତ୍ ବିଭାଗର ଚରମ ଅବହେଳା ପାଇଁ ଚାଲିଗଲା ଜୀବନ । ଘର ଉପରେ ଲାଗି ଯାଇଥିବା ୧୧ କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଯାଇଛନ୍ତି ଯୁବକ । ଏଭଳି ଘଟଣା ଘଟିଛି ମୟୁରଭଞ୍ଜ ଜିଲ୍ଲା ଉଦଳା ଥାନା ଖୁଣ୍ଟାପାଳ ଗ୍ରାମରେ । ଆଜି ସନ୍ଧ୍ୟା ସମୟରେ ବର୍ଷା ହେବା କାରଣରୁ ଦିନା କାରଜୀଙ୍କ ଘର ଭିତରେ ଛାତରୁ ପାଣି ଗଳୁଥିଲା । ସେ ଏକ ବାଉଁଶ ନେଇ ଛାତ ଉପରେ ଥିବା ପଲିଥିନ ପକାଉଥିଲେ । ହେଲେ ଏହି ସମୟରେ ଛାତକୁ ଲାଗି ଯାଇଥିବା ୧୧ କେଭି ତାର ସଂସ୍ପର୍ଶରେ ଆସିଥିଲେ ଦିନା । ଏବଂ ଅତି ଦୟନୀୟ ଭାବେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ସେ ସେଠାରେ ଜଳିଯାଇଥିଲେ । ତାଙ୍କ ଛାତି ଜଳିଯାଇଥିବା ବେଳେ ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବିଭାଗକୁ ଜଣାଇଥିଲେ । ଅଗ୍ନିଶମ ବିଭାଗ କର୍ମଚାରୀ ଦିନାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଉଦଳା ଡାକ୍ତରଖାନାରେ ଭର୍ତି କରିଥିଲେ ସୁଦ୍ଧା ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ସବୁ ଭିତରେ ସ୍ଥାନୀୟ ଲୋକେ ତୁରନ୍ତ ୧୧ କେଭି ବିଦ୍ୟୁତ୍ କାଟ କରିବା ନିମନ୍ତେ କପ୍ତିପଦା ବିଦ୍ୟୁତ୍ ବିଭାଗକୁ ଫୋନ କରିଥିଲେ ସୁଦ୍ଧା କେହି ଫୋନ ଉଠାଇ ନ ଥିବାରୁ ଏବଂ ଘରକୁ ଲାଗି ୧୧ କେଭି ତାର ଯାଇଥିବାରୁ ଏଭଳି ଅଘଟଣ ଘଟିଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ବାସିନ୍ଦା ।

Leave A Reply

Your email address will not be published.