mobile header

କାଦୁଅ ରାସ୍ତା ଦେଇ ବିଦ୍ୟାଳୟ ଯାଉଛନ୍ତି,ଓନାକେଦାମ ହେଉଛନ୍ତି ଛାତ୍ର ଛାତ୍ରୀ ।

କାଲିମେଳା ତା:- ୦୯/୦୭ ଦେହରେ ରହିଛି ସ୍କୁଲ ପୋଷାକ । କିନ୍ତୁ ଯିବା ପାଇଁ ନାକେଦମ ହେଉଛନ୍ତି ଛାତ୍ରଛାତ୍ରୀ । କାଦୁଅ ଭିତରେ ପଶି ଗତ କିଛି ଦିନ ହେଲା ସ୍କୁଲକୁ ଯାଉଛନ୍ତି । କିଏ ପାଣି କାଦୁଅରେ ପଡି ସରପଟ ହେଉଛି ତ ଆଉ କିଏ କାଦୁଅ ଗୋଡରେ ସ୍କୁଲରେ ପହଞ୍ଚୁଛି । ତଥାପି ବୃକ୍ ପ୍ରଶାସନର ନଜର ନାହିଁ । ବର୍ଷା ଦିନେ ପ୍ରତିବର୍ଷ ଏଭଳି ଦୁର୍ଦ୍ଦଶା ଭୋଗୁଛନ୍ତି କାଇମେଟଲା ପଞ୍ଚାୟତ ୬ ନମ୍ବର ୱାର୍ଡ ଅଧୀନରେ ଥିବା ଏମ୍‌ପିଭି – ୩୩ ଗାଁର ଲୋକେ । ଏ ସମ୍ପର୍କରେ ବାରମ୍ବାର ଅଭିଯୋଗ ସତ୍ତ୍ଵେ ରାସ୍ତାକୁ କଂକ୍ରିଟ୍ କରିବା ଦିଗରେ କୌଣସି ପଦକ୍ଷେପ ନିଆଯାଇନଥିବା କ୍ଷୋଭର ସହ କହିଛନ୍ତି ଗ୍ରାମବାସୀ । ୱାର୍ଡମେମ୍ବର ଦୀପିକା ରାୟ , ଗାଁ ମୁଖିଆ ସଚିନ ମିସ୍ତ୍ରୀଙ୍କ ସମେତ ପ୍ରତାପ ମିସ୍ତ୍ରୀ , ପ୍ରଫୁଲ୍ଲ ରାୟ , ପ୍ରଣବ ରାୟ , ଗୋପାଳ ଅଧିକାରୀ , ସୁରେଶ ମଣ୍ଡଳ ଓ ସୁବଳ ବିଶ୍ୱାସ ପ୍ରମୁଖ କହିଛନ୍ତି ଯେ , ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଥିବାରୁ ସେମାନେ ବର୍ଷା ୪ ମାସ ଦହଗଞ୍ଜ ହେଉଛନ୍ତି । ସ୍କୁଲ ପିଲାମାନେ ସବୁଠୁ ଅଧିକ ଦୁର୍ଦ୍ଦଶାର ସମ୍ମୁଖୀନ ହେଉଛନ୍ତି । ଦୀର୍ଘ ଦିନରୁ ଏ ସମ୍ପର୍କରେ ସେମାନେ ଅଭିଯୋଗ କରି ଆସୁଛନ୍ତି । ଏବେ ମଧ୍ୟ କରିଛନ୍ତି । ତଥାପି ପଦକ୍ଷେପ ନିଆଯାଇନାହିଁ । ସରପଞ୍ଚମୁନା ପଡିଆମୀଙ୍କୁ ପଚାରିବାରୁ କହିଛନ୍ତି , ତୁରନ୍ତ ଏହି ରାସ୍ତା ମରାମତି କରିବା ଦିଗରେ ପଦକ୍ଷେପ ନେବେ ।ଏବେ ଦେଖିବାର କଥା , ବୃକ୍ ପ୍ରଶାସନ କେବେ ଦୂର କରୁଛି ଏହି ସମସ୍ୟା ।
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.