mobile header

କୋଟଗଡ଼ ରେ ବାହୁଡ଼ାଯାତ୍ରା


ଫୁଲବାଣୀ -09/07
ଆଜି ଶନିବାର ମାଓ ଅଧୁସିତ କୋଟଗଡ଼ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି lଝିପି ଝିପି ବର୍ଷା ସତ୍ୱେ ବାହୁଡା ଯାତ୍ରା ରେ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିଲା l
ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ କୋଟଗଡ଼ବ୍ଲକ ସଦରମହକୁମା ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ
ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା lପରେ ତିନି ଠାକୁରଙ୍କୁରଥ ଉପରକୁ ପହଣ୍ଡିବିଜେ କରାଯଇଥିଲା l

ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l
ଏହି ଅବସରରେ ବିଜେଡ଼ି ନେତା ତଥା ସମାଜସେବୀ ଶଙ୍କର ମହାପାତ୍ର,କୋଟଗଡ଼ ବିଡ଼ିଓ, ସହକାରୀ ଯନ୍ତ୍ରୀ. କୋଟଗଡ଼ ଥାନା ଅଧିକାରୀ ସରପଞ୍ଚ, ବ୍ୟବସାୟୀ ପ୍ରମୁଖ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇଥିଲେ l
ରଥ ଟାଣିବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲାl

Leave A Reply

Your email address will not be published.