mobile header

ଫୁଲବାଣୀ ରେ ଶାନ୍ତି ଶୃଙ୍ଖଳା ର ସହ ବାହୁଡ଼ାଯାତ୍ରା


ଫୁଲବାଣୀ -09/07
ଆଜି ଶନିବାର ଫୁଲବାଣୀ ରେ ପବିତ୍ର ବାହୁଡା ଯାତ୍ରା ଆନନ୍ଦ ଉଲ୍ଲାସ ର ସହ ପାଳିତ ହୋଇଛି lତୁହାକୁ ତୁହା ବର୍ଷା ସତ୍ୱେ ବାହୁଡା ଯାତ୍ରା ରେ ଭକ୍ତ ମାନଙ୍କ ପ୍ରବଳ ଭିଡ ହୋଇଥିଲା l
ରଥ ଉପରେ ୩ ଠାକୁରଙ୍କୁ ଦର୍ଶନ କରିବା ସହ ରଥ ଟାଣିବା ପାଇଁ ଫୁଲବାଣୀ ସହର ସମେତ ଆଖପାଖ ଅଂଚଳ ର ଭକ୍ତ ମାନଙ୍କ ପ୍ରବଳ ଭିଡ଼ ହୋଇଥିଲା l
ସକାଳୁ ସକାଳୁ ମଙ୍ଗଳ ଆଳତିସହ
ମଇଲମ, ରୋଷ ଘର ହୋମ, ପରେ ସୂର୍ଯ୍ୟ ଦେବ ପୂଜା, ଅବକାଶ ଓ ଦ୍ୱାରପାଳ ପୂଜା, ଅନୁଷ୍ଠିତ ହୋଇଥିଲା lପରେ ତିନି ଠାକୁରଙ୍କୁରଥ ଉପରକୁ ପହଣ୍ଡିବିଜେ କରାଯଇଥିଲା l
ଅତିରିକ୍ତ ଜିଲାପାଳ ବସନ୍ତ ସାହୁ ଛେରାପହଁରା କରିଥିଲେ l
ଦିନ ଦୁଇଟା ବେଳେ ରଥ ଟଣା ଆରମ୍ଭ ହୋଇଥିଲା l
ଏହି ଅବସରରେ ଜିଲାପାଳ ଆଶିଷ ଈଶ୍ୱର ପାଟିଲ, ଏସ ପି ଭିନୀତ ଅଗ୍ରୱାଲ, ଉପଜିଲାପାଳ ଶେଷ ଦେବ ମିଶ୍ର, ପି ଏ ଆଇଟିଡିଏ ବୀରେନ୍ଦ୍ର କୁମାର ଦାସ, , ପୌ ରାଧ୍ୟକ୍ଷାସ୍ମିତା ରାଣୀ ମହାନ୍ତି, ପ୍ରମୁଖ ଙ୍କ ସମେତ ବହୁ ମାନ୍ୟ ଗଣ୍ୟ ଵ୍ୟକ୍ତି ଯୋଗ ଦେଇଥିଲେ l
ରଥ ଟାଣିବା ସମୟରେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବ୍ୟାପକ ପୋଲିସ ମୃତୟନ ହୋଇଥିଲାl

Leave A Reply

Your email address will not be published.