mobile header

ବିସିପୁର ଲ୍ୟାମ୍ପସ ନିର୍ବାଚନ ; ଖାତା ଖୋଲିଲା ବିଜେଡ଼ି ! ସଂଯୁକ୍ତା ରାଉତ ନିର୍ଦ୍ଵନ୍ଦ ରେ ନିର୍ବାଚିତ

ଖୁଣ୍ଟା –
ମୟୁରଭଞ୍ଜ ଜିଲ୍ଲା ଖୁଣ୍ଟା ବ୍ଳକ ଅଧିନରେ ଥିବା ୩ ଗୋଟି ଲ୍ୟାମ୍ପସ ମଧ୍ୟରୁ ୨ଗୋଟି ର ସଭାପତି ପଦ ନିର୍ବାଚନ ରେ ବିଜେଡ଼ି କ୍ରମାନ୍ବୟ ରେ ପରାଜିତ ହୋଇଆସୁଥିବା ବେଳେ ବିସିପୁର ଲ୍ୟାମ୍ପସ ଟି ଶାସକ ବିଜେଡ଼ି ଦଳର ସନ୍ମାନ କୁ ବଞ୍ଚାଇ ରଖିବାରେ ସଫଳ ହୋଇଛି ।
ସଂପୃକ୍ତ ଲ୍ୟାମ୍ପସ ରେ ବିଜେଡ଼ି ସମର୍ଥୀତ ପ୍ରାର୍ଥୀ ନିଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଜଣାଯାଇଛି । ତେବେ ଉକ୍ତ ସଭାପତି ପଦଟି ହାତେଇ ବିଜେପି ହେଟ୍ରୀକ କରିବା ଲକ୍ଷ୍ୟ ରଖିଥିବା ବେଳେ ଏଥିରେ ସଫଳ ହୋଇପାରିନାହିଁ । ଏହି ଲ୍ୟାମ୍ପସ ରେ ପୂର୍ବେ ନିର୍ବାଚିତ ହୋଇ ଥିବା ୧୫ ଡାଇରେକ୍ଟର ପଦବୀ ମଧ୍ୟରୁ ୧୩ ଜଣ ବିଜେଡ଼ି ଦଳର ସମର୍ଥିତ ପ୍ରାର୍ଥୀ ସମର୍ଥନ ଜଣାଇ ଥିବା ଜଣାଯାଇଛି । ଆଗାମୀ ୧୩ ତାରିଖରେ ଏହି ପଦବୀ ପାଇଁ ନିର୍ବାଚନ ହେବାକୁ ଥିଲା । ଏବଂ ୯ ତାରିଖ ଶନିବାର ଦିବା ୧୧ ଟା ରୁ ମଧ୍ଯାହ୍ନ ୧୨ ଟା ପର୍ଯ୍ୟନ୍ତ ଲ୍ୟାମ୍ପସ ର ସଭାପତି ପଦବୀ ନିମନ୍ତେ ନାମାଙ୍କନ ପତ୍ର ଦାଖଲର ସମୟ ସୀମା ଥିଲା । ଏବଂ ଧାର୍ଯ୍ୟ ସମୟ ସୁଧା ଏହି ପଦବୀ ନିମନ୍ତେ ବିଜେଡ଼ି ଦଳରୁ ସମର୍ଥତ ପ୍ରାର୍ଥୀ ଭାବେ ଶ୍ରୀମତି ସଂଯୁକ୍ତା ରାଉତ ଏକ ମାତ୍ର ପ୍ରାର୍ଥୀ ରୁପେ ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିଲେ । ଫଳରେ ସଂଯୁକ୍ତା ବିସିପୁର ଲ୍ୟାମ୍ପସ ର ସଭାପତି ରୁପେ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହେଇଥିବା ଜଣାଯାଇଛି । ଏବଂ ବ୍ଳକ ଅଧିନ ରୁ ଚଳିତ ସମବାୟ ସଭାପତି ନିର୍ବାଚନ ରେ ବିଜେଡ଼ି ଦଳ ବ୍ଳକ ରେ ଖାତା ଖୋଲିବାରେ ସକ୍ଷମ ହୋଇଛି ।
ଯାହାକୁ ନେଇ ନିର୍ଦ୍ଵନ୍ଦ ରେ ନିର୍ବାଚିତ ହୋଇଥିବା ଲ୍ୟାମ୍ପସ ସଭାପତି ସଂଯୁକ୍ତା ଙ୍କୁ ବିଜେଡ଼ି ଦଳ ସମେତ ବିଭିନ୍ନ ମହୋଲରୁ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯାଇଛି ।

Leave A Reply

Your email address will not be published.