mobile header

ରକ୍ତ କର୍କଟ ରୋଗରେ ପୀଡ଼ିତ ୧୧ ବର୍ଷ ର ବାପୁନ୍ । ଚିକିତ୍ସା ରେ ବାଧକ ସାଜିଛି ଅର୍ଥ ।

କାଲିମେଳା , ୧୦/ ୭ : ଯେଉଁ ବୟସରେ ପୁଅ ହାତରେ ବହି ବସ୍ତାନୀ ଧରି ସ୍କୁଲ ଯିବ ଓ ସାଙ୍ଗସାଥୀ ମାନଙ୍କ ସହିତ ଖେଳାଖେଳି କରିଥାଏ ସେହି ବୟସରେ ୧୧ ବର୍ଷ ବୟସର ବାପନ ଏବେ ବିଛଣାରେ ପଡ଼ି କେବେ ଭଲ ହୋଇ ପୁଣି ସ୍କୁଲ ଯିବ ବୋଲି ଦିନ ଗଣୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲାର କାଲିମେଳା ବ୍ଲକ ଅନ୍ତର୍ଗତ କାଲିମେଳା ପଞ୍ଚାୟତ ଅଧୀନ ଏମ :ଭି ୯୦ ଗ୍ରାମରେ । ଏହି ଗ୍ରାମର ସ୍ଵର୍ଗତ ଟୁନିଆ ଖରା ର ସାନ ପୁଅ ଜଣେ କର୍କଟ ରୋଗରେ ପୀଡ଼ିତି ୬ଷ୍ଠ ଶ୍ରେଣୀର ଛାତ୍ର ବାପୁନ ଖରା ।ବାପା ଟୁନିଆ ଖରା ଆଜି କୁ ୬ବର୍ଷ ପୂର୍ବରୁ ମୃତ୍ୟୁ ବରଣ କରିଥିବା ବେଳେ ବିଧବା ମା ସୁବାସିନୀ ଖରା ଚିକିତ୍ସା ସହାୟତା ପାଇଁ ମା’ର ଆକୁଳ ନିବେଦନ ।ଏବେ ମୁଲ ଲାଗି ନିଜର ଦୁଇଟି ପୁଅ ଓ ଗୋଟିଏ ଝିଅକୁ ବଡ଼ କଷ୍ଟରେ ଚଳାଉଛନ୍ତି । ବଡ଼ ଝିଅ ଗୀତା , ମଝିଆ ପୁଅ ମାଜେସ ଏବଂ ସାନ ପୁଅ ହେଉଛି ବାପୁନ ଖରା । ବାପୁନ ଏମଭି – ୯୦ ଗ୍ରାମରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୬ଷ୍ଠ ଶ୍ରେଣୀରେ ବର୍ତମାନ ପାଠ ପଢୁଛନ୍ତି । ତେବେ ସାନ ପୁଅ ବାପୁନର ମଝିରେ ମଝିରେ ଜ୍ଵର ହେବା ସହିତ ଦେହ ଭଲ ରହୁ ନଥିଲା । ଏ ନେଇ ଜିଲ୍ଲା ମୂଖ୍ୟ ଚିକିତ୍ସାଳୟ କୁ ବିଗତ ୪ ବର୍ଷ ଭିତରେ ୪ରୁ ୫ ଥର ଯାଇ ଚିକିତ୍ସା କରାଇଥୀଲେ ହେଲେ ପୁଅ ବାପୁନ୍ ର ସ୍ଵାସ୍ଥ୍ୟ ଅବସ୍ଥାର କିଛି ପରିବର୍ତ୍ତନ ହେଲା ନାହିଁ ତା’ପରେ ମାଁ ସୁବାଶିନୀ ଖରା ପଡୋଶୀ ରାଜ୍ୟ ଆନ୍ଧ୍ରପ୍ରଦେଶର ଭଦ୍ରାଚାଲାମ ର ଡଃ ମହୋନ ରାଓ ପାଖକୁ ପୁଅ ବାପୁନ୍ କୁ ଚିକିତ୍ସା ପାଇଁ ନେଇଥିଲେ ୪ ଥର ଏଠାରେ ତିନି ଥର ଯାଇ ଚିକିତ୍ସା କରିବା ବେଳେ କିଛି ଜଣାପଡିଥିଲା । ଯେତେବେଳେ ପୁଅ ଦେହ ଦିନ କୁ ଦିନ ଦୁର୍ବଳ ହୋଇ ଆସୁଥିଲା ପୁଣି ଚତୁର୍ଥ ଥର ଆନ୍ଧ୍ରପ୍ରଦେଶ ନେଇଯାଇଥିଲେ ସେଠାରେ ଡଃ ମ଼ହୋନ ରାଓ ବାପୁନ୍ ର ରକ୍ତ ନମୁନା ନେଇ ପରୀକ୍ଷା ନିମନ୍ତେ ହାଇଦ୍ରାବାଦ ପଠାଇଥିଲେ ସେଠାରୁ ରିପୋର୍ଟ ଆସିଲା ଯେ ବାପୁନ୍ ରକ୍ତ କର୍କଟ ରୋଗରେ ପୀଡିତ ଅଛି । ତେଣୁ ଯେତେ ଚିକିତ୍ସା କରାଇଲେ ମଧ୍ୟ ରୋଗ ଭଲ ହେଉନଥିଲା। ତେଣୁ ଗତ ଦୁଇ ତିନି ବର୍ଷ ଧରି ପୁଅ ଖାଲି କେବଳ ଶୋଇ ରହୁଛି । ଓ ଖାଇବାକୁ ଇଛା କରୁନାହଁ। ପୁଅ ର ଚିକିତ୍ସା ପାଇଁ ବିଧବା ମାଁ ଏକ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ କରି ସାରିଲାଣି। ବର୍ତମାନ ପୁଅ ବାପନ ଚିକିତ୍ସା ପାଇଁ ଲକ୍ଷାଧିକ ଟଙ୍କାର ଆବଶ୍ୟକତା ରହିଥିବା ବେଳେ ଏତେ ଟଙ୍କା ସେ କେଉଁଠୁ ଆଣିବେ ସେହି ଚିନ୍ତାରେ ଅଛନ୍ତି । ତେବେ ତାଙ୍କ ନିକଟରେ ରାଜ୍ୟ ସରକାର ଦେଇଥିବା ବିଜୁ ସ୍ବାସ୍ଥ୍ୟ ବୀମା ଯୋଜନା କାର୍ଡ ଖଣ୍ଡିଏ ରହିଛି । କିନ୍ତୁ ସେହି କାର୍ଡର ବ୍ୟବହାର ସଂପର୍କରେ ସେ ସଂପୂର୍ଣ୍ଣ ଅଜ୍ଞ ବୋଲି କହିଛନ୍ତି । ତା ବ୍ୟତୀତ ଅନ୍ୟ କୌଣସି ସମ୍ବଳ ଟଙ୍କା ପ‌ଇସା ମଧ୍ୟ ନାହିଁ କି ଜମି ଟିକିଏ ହେଲେ ନାହିଁ ଯେ ତାକୁ ବିକ୍ରୀ କରି କି ଜମି ବନ୍ଧକ ରଖି ଟଙ୍କା ଆଣି ସେ ପୁଅର ଚିକିତ୍ସା କରାଇଥାନ୍ତେ । ସେଭଳି ଶକ୍ତି ଆଉ ମାଁ ର ନାହିଁ ପୁଅର ଚିକିତ୍ସା କରାଇ ବିଫଳ ହୋଇ ସେ ସର୍ବହରା ହୋଇଛି ବୋଲି ଗଣମାଧ୍ୟମକୁ ଜଣାଇଛନ୍ତି। ଓ ସେ ବାହାର ରାଜ୍ୟରେ ଏହି କାର୍ଡ କାମ କରୁଛି କି ନାହିଁ ସେ ଜାଣିନାହାଁନ୍ତି ତେଣୁ ସେ ନିଜ ପୁଅର ଚିକିତ୍ସା ପାଇଁ ଆନୁସଂଗିକ ବ୍ୟବସ୍ଥା କରିବାକୁ ସେ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନକୁ ନିବେଦନ କରିଛନ୍ତି ।ଏ ସଂକ୍ରାନ୍ତରେ କାଲିମେଳା ତହସିଲଦାର ଶ୍ରୀ ଦୁର୍ଗା ପ୍ରସାଦ ଦୋରା ଙ୍କ ସହିତ ସମ୍ପର୍କ କରି ଆଲୋଚନା କରିବାରୁ ସେ କହିଲେ ଯେ ଜିଲ୍ଲା ମାଲକାନଗିରି ମୁଖ୍ୟ ଚିକିତ୍ସାଳୟ ର ସିଡିଏମଓ ସହ ଆଲୋଚନା କରି କି ବାପନ ଖରା କୁ ଚିକିତ୍ସା ପାଇଁ ସମସ୍ତ ସରକାରୀ ସୁବିଧା ସୁଯୋଗ ଯୋଗାଇ ଦିଆଯିବ ବୋଲି ଗଣମାଧ୍ୟମ ସମ୍ମୁଖରେ ପ୍ରକାଶ କରିଛନ୍ତି।

Leave A Reply

Your email address will not be published.