ମାଉସୀ ଘରୁ ମହାପ୍ରଭୁ ବିଜେ କଲେ ନିଜ ମନ୍ଦିରେ,ଧୁମ୍ ଧାମରେ ପାଳିତ ହେଲା ବାହୁଡା଼ ଯାତ୍ରା।

ମାଉସୀ ଘରୁ ମହାପ୍ରଭୁ ଜଗତର ନାଥ ଜଗନ୍ନାଥ ଲୀଳା ଖେଳା ସାରି ପୁଣି ଫେରିଛନ୍ତି ନିଜ ମନ୍ଦିରକୁ। ବୌଦ୍ଧ ଜିଲ୍ଲା ରେ ଧୁମ ଧାମରେ ପାଳିତ ହୋଇଛି ବାହୁଡା଼ ଯାତ୍ରା।କଣ୍ଟାମାଳ ଠାରୁ ହରଭଙ୍ଗା ବ୍ଲକ ପର୍ଯ୍ୟନ୍ତ ସବୁଠି ଗାଁ ରୁ ସହର ସମସ୍ତ ସ୍ଥାନରେ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା।ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇ ଭଉଣୀଙ୍କ ସହ ନ ଦିନ ଖେଳା ଲୀଳା ପରେ ହଜାର ହଜାର ଭକ୍ତ ଗହଣରେ ଫେରିଛନ୍ତି ନିଜ ମନ୍ଦିରକୁ।ମନମୁଣ୍ଡା ରେ ମଧ୍ୟ ବାହୁଡା଼ ଯାତ୍ରା ଆନନ୍ଦ ସହକାରେ ପାଳନ କରାଯାଇଥିଲା।ସକାଳୁ ମାଉସୀ ମାଆ ମନ୍ଦିରରେ ସକାଳୁ ନୀତିକାନ୍ତି ସରିବାପରେ ତିନି ଠାକୁରଙ୍କୁ ସ୍ୱତନ୍ତ୍ର ବେଶ କରାଯାଇ ଅପରାହ୍ନ ପାଞ୍ଚ ଘଣ୍ଟାରେ ବାହାରକୁ ଅଣାଯାଇ ଗୋଟିପହଣ୍ଡି ରେ ନିଆଯାଇଥିଲା।ବ୍ରାହ୍ମଣ ସେବାୟତ ମାନଙ୍କ ସହଯୋଗ କ୍ରମେ ଛେରା ପହଁରା କରିଥିଲେ ବିପ୍ର ଚରଣ ବେହେରା।ଏହି ସମୟରେ ବାଟରେ ଘରେ ଘରେ ଜଗନ୍ନାଥ ଙ୍କୁ ଭୋଗ ଅର୍ପଣ କରିଥିଲେ।ବ୍ରାହ୍ମଣ ସେବକଙ୍କ କାନ୍ଧରେ ମହାପ୍ରଭୁ ଜଗନ୍ନାଥ ବଡ଼ ଭାଇ ବଳଭଦ୍ର ଓ ଭଉଣୀ ସୁଭଦ୍ରା ଝୁଲି ଝୁଲି ପହଣ୍ଡି ଯିବାବେଳେ ମହିଳା ସଙ୍କୀର୍ତ୍ତନ ଦଳ ଓ ଘଣ୍ଟ ଶଙ୍ଖ ରେ ଉଛୁଳି ପଡୁଥିଲା ମନ ମୁଣ୍ଡା ସହର।ତିନି ଠାକୁରଙ୍କୁ ରଥା ରୋଢ଼ କରାଯିବା ପରେ ପରମ୍ପରା ଅନୁଯାୟୀ ଶିଶୁ ମାନଙ୍କୁ ରଥ ଛୁଆଁ କାର୍ଯ୍ୟ କ୍ରମ ଆରମ୍ଭ ହୋଇଥିଲା।ଜଗନ୍ନାଥ ମନ୍ଦିର ର ପୂଜକ ଆଶୁତୋଷ ହୋତା ଓ ସମସ୍ତ ସେବାୟତ ଶ୍ରଦ୍ଧାଳୁ ମାନେ ରଥ ଟାଣି ମହାପ୍ରଭୁ ଙ୍କୁ ନିଜ ମନ୍ଦିରରେ ବିଜେ କରାଇଥିଲେ।ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ଝିପି ଝିପି ବର୍ଷା ସତ୍ବେ ବାହୁଡା଼ ଯାତ୍ରା ରେ ଭକ୍ତ ଙ୍କ ପ୍ରବଳ ଭିଡ଼ ପରିଲକ୍ଷିତ ହୋଇଥିଲା। ମନ ମୁଣ୍ଡା ପୋଲିସ ପକ୍ଷରୁ ବ୍ୟାପକ ପୋଲିସ ମୁତୟନ କରାଯିବା ସହ ମନ ମୁଣ୍ଡା ଆଇ ଆଇ ସି ଗୋପୀନାଥ ପ୍ରଧାନ ଉପସ୍ଥିତ ରହି ରଥ ଟନା ବେଳେ ଯେପରି କିଛି ବ୍ୟାଘାତ ସୃଷ୍ଟି ନହେବ ସେଥି ପ୍ରତି ତୀକ୍ଷଣ ନଜର ରଖିଥିଲେ ।

Leave A Reply

Your email address will not be published.