mobile header

ସାମ୍ବାଦିକ ସମ୍ମିଳନୀ ରେ କେନ୍ଦ୍ରମନ୍ତ୍ରୀଙ୍କ ଉଦବେଗରାଜ୍ୟ ଓ କେନ୍ଦ୍ର ସରକାରଙ୍କ ଯୋଜନାର ସୁଫଳ ମିଳୁନି।

ଫୁଲବାଣୀ-୧୦/୭(ସୁନୀଲ ପଟନାୟକ )ତିନି ଦିନିଆ କନ୍ଧମାଳ ଗ୍ରସ୍ତରେ ଆସି କେନ୍ଦ୍ର ଲଘୁ ସମ୍ପ୍ରଦାୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲ। ଜିଲା ର ବିଭିନ୍ନ ବ୍ଲକ ର ଗ୍ରାମାଞ୍ଚଳ ପରିଦର୍ଶନ କରିବା କେନ୍ଦ୍ର ଓ ରାଜ୍ୟ ସରକାର ଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନୟନ ମୂଳକ କାର୍ଯ୍ୟ ତଦାରଖ କରିବା ପରେ ଆଜି ସର୍କଟ ହାଉସ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଓ କେନ୍ଦ୍ର ସରକାର ଙ୍କ ଯୋଜନା ଗ୍ରାମାଞ୍ଚଳଲୋକଙ୍କ ପାଖରେ ପହଂଚୁ ନଥିବା ବେଳେ ସରକାରୀ କର୍ମଚାରୀ ଙ୍କୁ ସରକାରୀ ଯୋଜନା ସଂପର୍କରେଅବଗତ ନଥିବା ନେଇ କହିଥିଲେ କେନ୍ଦ୍ର ରାଷ୍ଟ୍ର ମନ୍ତ୍ରୀ ଜହନ ବାରଲା। ସେହିପରିକେନ୍ଦ୍ର ସରକାର ଓ ରାଜ୍ୟସରକାର ମଧ୍ୟରେ ସୁସଂପର୍କ ରହିବା ଦରକାର ବୋଲି କହିଥିଲେ ରାଷ୍ଟ୍ର ମନ୍ତ୍ରୀ । କେନ୍ଦ୍ର ସଂଖ୍ୟାଲଘୁ ସମ୍ପ୍ରଦାୟ ବ୍ୟାପାର ରାଷ୍ଟ୍ର ମନ୍ତ୍ରୀ ଜନ ବାର୍ଲା କନ୍ଧମାଳ ର କିଛି ବ୍ଲକ ଓ ଗ୍ରାମାଞ୍ଚଳ ଗୁଡିକ ଗ୍ରସ୍ତ କରି ବା ପରେ ସରକାରୀ ଅଧିକାରୀମାନଙ୍କ ସହ ବିଭିନ୍ନ ସମୀକ୍ଷା ବୈଠକରେ ରେ ଯୋଗ ଦେଇ ନିଷ୍ଠା ଓ ଆନ୍ତରୀକତାର ସହ କାର୍ଯ୍ୟ କଲେ ଗରୀବ ଲୋକେ ସୁଫଳ ପାଇବେ ବୋଲି କହିଥିଲୋରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ଯୋଜନା ଲୋକ ଙ୍କ ପାଖକୁ ପହଂଚୁ ନଥିବା ବେଳେ କୃଷି,ସ୍ବାସ୍ଥ୍ୟ ଓ ଶିକ୍ଷା ଆଦି ବିଭିନ୍ନ ଯୋଜନା ଲୋକଙ୍କ ପାଖକୁ ପହଁଚି ପାରୁନାହିଁ । ପ୍ରଧାନ ମନ୍ତ୍ରୀ ଙ୍କ ଆବାସ ଯୋଜନା ଓ ଆୟୁସମାନ ଯୋଜନାରୁ ଗରୀବ ଲୋକେ ବଂଚିତ ହେଉଛନ୍ତି ଏବଂ ଆୟୁଷମାନ ଯୋଜନା କାର୍ଯ୍ୟକାରି ହେଲେ ଲୋକେ ସୁଫଳ ପାଇପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ଆହୁରି କହିଥିଲେ । ଛଅ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସି କେନ୍ଦ୍ରମନ୍ତ୍ରୀ ଜହନ ବାର୍ଲ। ଆକାଂକ୍ଷା ଜିଲା ନବରଙ୍ଗପୁର, କଳାହାଣ୍ଡି ଓ ଶେଷରେକନ୍ଧମାଳ ଗ୍ରସ୍ତ କରି ରବିବାର ଭୁବେନଶ୍ଵର ଫେରିଯାଇଛନ୍ତି ।

Leave A Reply

Your email address will not be published.