
ଫୁଲବାଣୀ -10/07
କନ୍ଧମାଳ ଜିଲା କ. ନୂଆଗାଁ ବ୍ଲକ ଅଂଚଳରୁ ଜଣେ ନାବାଳକ କୁ ଚାଇଲଡ ଲାଇନ ଉଦ୍ଧାର କରିଛି l
ନାବାଳକ ଟି କେଉଁ ଆଡୁ ଆସି କ. ନୂଆଗାଁ ଅଂଚଳ ରେ ଏକାକୀ ବୁଲୁଥିଲା lପଚାରିଲେ କିଛି ଉତର ଦେଉନି l
ଏ ନେଇ ସମ୍ପୃକ୍ତ ଅଞ୍ଚଳ ରୂ କୌଣସି ସହୃଦୟଵ୍ୟକ୍ତି 1098 କୁ ଫୋନକରି ଜଣାଇବା ପରେ ଚାଇଲଡ଼ ଲାଇନ ଟିମ ର ଶିବଶଙ୍କର ବେହେରା, ପ୍ରଭାସ ରଞ୍ଜନ ନାୟକ କ. ନୂଆଗାଁ ଯାଇ ନାବାଳକ ଟିକୁ ଉଦ୍ଧlର କରି ଥିଲେ lନାବାଳକ କିଛି କହିପାରୁନଥିବା ରୂସେ କେଉଁ ଅଂଚଳ ର ନିଜର ନାଁ, କି ବାପାଙ୍କ ନାଁ, ଠିକଣା ଜାଣିଵା ମୁସ୍କିଲ ହୋଇପଡିଛି ନାବାଳକ କୁ ଶିଶୁ ମଂଗଳ କମିଟୀ ରେ ହା ଜର କରିବା ପରେ ଶିଶୁ ମଙ୍ଗଳ କମିଟି ଅଧ୍ୟକ୍ଷ ଙ୍କ ନିର୍ଦେଶ ପ୍ରକାରେ ତାକୁ ଫୁଲବାଣୀ ସ୍ଥିତକେନ୍ଦୁପଦର, ଗୋପବନ୍ଧୁ ବାଳାଶ୍ରମ ରେ ଥଇଥାନ କରାଯାଇଛି l
ନାବାଳକ ର ବୟସ ପନ୍ଦର ବର୍ଷ ବୋଲି ଅନୁମାନ କରାଯାଉଛି lକେହି ଏହି ସହୃଦୟ ଵ୍ୟକ୍ତି ବିଶେଷଯଦି ନାବାଳକ ସମ୍ପର୍କରେ ଖବର ପାଇଲେ ଚାଇଲଡ଼ ଲାଇନ, ଫୁଲବାଣୀ କୁ ଯୋଗାଯୋଗ କରିବାକୁ ଅନୁରୋଧ କରାଯାଇଛି l