mobile header

ଜାତୀୟ ମତ୍ସ୍ୟ ଚାଷୀ ଦିବସ ପାଳିତ


ଫୁଲବାଣୀ -10/07 ରବିବାର ଫୁଲବାଣୀ ସ୍ଥିତ ଜିଲାପରିଷଦ ସମ୍ମିଳନୀ କକ୍ଷ ଠାରେ ଜାତୀୟ ମତ୍ସ୍ୟ ଦିବସ ପାଳିତ ହୋଇଥିଲା l ଜିଲା ମତ୍ସ୍ୟ ଅଧିକାରୀ ପ୍ରଫୁଲ କହଁର ଙ୍କ ସଭାପତିତ୍ୱ ରେ ଆୟୋଜିତ ସଭାରେ ପ୍ରକଳ୍ପ ନିର୍ଦେଶକ ପ୍ରଶାନ୍ତ କୁମାର ତ୍ରିପାଠୀ, ଜିଲା ମୂଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଉଦ୍ୟାନ ବିଭାଗ ଉପନିର୍ଦେଶକ, ଜିଲା ସଂଯୋଜକ, ମିଶନ ଶକ୍ତି, ମୂଖ୍ୟ କୃଷି ଅଧିକାରୀ, ପ୍ରମୁଖ ଯୋଗ ଦେଇ ମାଛ ଚାଷ ଏକ ଲାଭ ଜନକ
ବ୍ୟବସାୟ l ଦିନକୁ ଦିନ ଅଧିକ ରୁଅଧିକ ଲୋକ ଯେପରି ମାଛ ଚାଷ ପ୍ରତି ଆଗ୍ରହ ପ୍ରକାଶ କରିବେ ସେଥିପ୍ରତି ବିଭାଗସ୍ୱତନ୍ତ୍ର ଦ୍ରୁଷ୍ଟି ଦେବା ଲାଗି ପରାମର୍ଶ ଦେଇଥିଲେ l
ଜିଲାରେ ପ୍ରତିବର୍ଷ ମ ନରେଗା ଯୋଜନା ରେ ହଜାର ହଜାର ସଂଖ୍ୟାରେ ପୋଖରୀ ଖୋଳାଯାଉଛି ସେସବୁ ପୋଖରୀ ଗୁଡିକରେ ଯେପରି ମାଛଚାଷ ହୋଇପାରିବ ବିଭାଗ ଦୃଷ୍ଟିଦେଲେ ଅଧିକ ମାଛ ଉତ୍ପାଦାନହେବା ସହ ଜିଲାର ଚାହିଦା ପୂରଣ ହେଵl ସଙ୍ଗେ ବାହାରକୁ ମଧ୍ୟପଠାଇ ପାରିବେ ବୋଲି ଅତିଥୀ ମାନେ ମତ ବ୍ୟକ୍ତ କରିଥିଲେ l
ଏହି ସଭାରେ ମତ୍ସ୍ୟ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ମହିଳା, ପ୍ରାଥମିକ ମତ୍ସ୍ୟସମବlୟ ସମିତି, ମତ୍ସ୍ୟ ଚାଷୀ ପ୍ରମୁଖ ଯୋଗ ଦେଇଥିଲେ l

Leave A Reply

Your email address will not be published.