mobile header

ଟାଟା ପାୱାର ପକ୍ଷରୁ ଆଶିଷ ପୁରସ୍କୃତ ।

କାଲିମେଳା ତା୧୧।୭ : ପଡ଼ିଆ ଓ କାଲିମେଳା ବ୍ଲକର ବିଭିନ୍ନ ଗ୍ରାମରେ ଭୂମିକା ଟାଟାପାୱାର ପକ୍ଷରୁ ବିଦ୍ୟୁତ୍ ବିଲ୍‌ ସଂଗ୍ରହରେ ଅଗ୍ରଣୀ ତୁଲାଇଥିବାରୁ ସଂପୃକ୍ତ କର୍ମଚାରୀଙ୍କୁ ଟାଟାପାୱାର ପକ୍ଷରୁ ପୁରସ୍କାର ପ୍ରଦାନ କରାଯାଇଛି । ଆଶିଷ ଗତ କିଛି ମାସ ଧରି ସ୍ଥାନୀୟ ଅଞ୍ଚଳରେ ଗ୍ରାହକଙ୍କ ଠାରୁ ଠିକ୍ ଭାବେ ବିଲ୍‌ ସଂଗ୍ରହ କରିବା ସହ ବିଦ୍ୟୁତ୍ ବିତରଣରେ ଟାଟାପାୱାର ପାଇଁ ଉଲ୍ଲେଖନୀୟ କାର୍ଯ୍ୟ କରିଥିବାରୁ ତାଙ୍କୁ ଏଭଳି ପୁରସ୍କୃତ କରାଯାଇଥିବା ଜଣାପଡ଼ିଛି । ଅନ୍ୟପଟେ ପୂର୍ବରୁ ସାଉଥକୋ ପକ୍ଷରୁ ବିଦ୍ୟୁତ୍ ବିତରଣ କରାଯାଉଥିବା ବେଳେ ଏହି କମ୍ପାନୀ ଆର୍ଥିକ ସଂକଟ ଦେଇ ଗତି କରିବାରୁ ଟାଟାପାୱାର ନୂତନ ଭାବେ ବିଦ୍ୟୁତ୍ ବିତରଣ ଟେଣ୍ଡର ପାଇଥିଲା । ଏହା ପରେ ବିଦ୍ୟୁତ୍ ବିତରଣ ସହ ।ବିଦ୍ୟୁତ୍ ଚୋରି ଓ ବିଦ୍ୟୁତ ବିଲ୍ ସଂଗ୍ରହ ଦିଗରେ ଟାଟାପାୱାର ବିଶେଷ ଗୁରୁତ୍ଵ ଦେଇଥିଲା । ଏଥିପାଇଁ ଭିନ୍ନ ଭିନ୍ନ ବିଭାଗ ପାଇଁ ବିଭିନ୍ନ କର୍ମଚାରୀଙ୍କୁ ନିୟୋଜନ କରି ବିଦ୍ୟୁତ୍ ବିତରଣ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି । ଆଶିଷ ଟାଟାପାୱାରର ପଡିଆ କାଲିମେଳା ଅଞ୍ଚଳରେ ସୂଚାରୁ ରୂପେ ବିଦ୍ୟୁତ୍ ବିଲ୍ ସଂଗ୍ରହ କରିଥିବାରୁ ଏହି ପୁରସ୍କାର ଦିଆଯାଇଛି ।

Leave A Reply

Your email address will not be published.