
ମାଲକାନଗିରି: ମାଲକାନଗିରି ପୋଲିସ କୁ ବଡ ସଫଳତା ଦୀର୍ଘ ଦିନର ବ୍ୟବଧାନ ପରେ ମାଥିଲି ଓ ସୀମାନ୍ତ ଛତିଶଗଡ ଅଞ୍ଚଳ ରୁ ମାଓ ସଙ୍ଗ ଠନ ରେ ସକ୍ରିୟ ସଦସ୍ୟ ଲକ୍ଷ୍ମଣ ପୋଡିଆମି କୁ ଏସ ଓ ଜି ଓ ଡି ଭି ଏଫ ଯବାନ ଦ୍ଵାରା ଗିରଫ ହୋଇଛି । ସୂଚନା ମୁତାବକ ଏସଓଜି ଓ ଡି ଭି ଏଫ ଯବାନ ମାଥିଲି ଅଞ୍ଚଳ ର ସୀମାନ୍ତ ତୁଳସୀ ପାହାଡ ରେ ଜୋରଦାର କୁମ୍ବିଂ ଅପରେସନ ଗତ କଲି ଚାଲିଥିଲା ।ପରେ ସର୍ଚିଂ ଅପରେସନ ସମୟରେ ଗୁଇନ୍ଦା ବିଭାଗ ରୁ ସୂଚନା ମୁତାବକ ଲକ୍ଷ୍ମଣ ପୋଡ଼ିଆମୀ କୁ ଗିରଫ କରାଯାଇ ତା ପାଖରେ ଥିବା ବନ୍ଧୁକ କୁ ଜବତ କରାଯାଇଥିଲା ।୨୦୧୭ ମସିହାରେ ମହୁପଦର୍ ମାଓ ସଙ୍ଗ ଠନ ,ଛତିଶଗଡ ,ବସ୍ତର ଅଞ୍ଚଳ ରେ ଥିବା ମାଓ ସଙ୍ଗଠନ ରେ ସକ୍ରିୟ ସଦସ୍ୟ ଭାବରେ କାର୍ଯ୍ୟ କରୁଥିଲା ।ସେ ବିଭିନ୍ନ ସମୟରେ ମାଓ ହିଂସାତ୍ମକ କାର୍ଯ୍ୟ କଳ।ପରେ ସଂପୃକ୍ତ ରହିଥିଲା । ତେମୂର୍ ପଲ୍ଲୀ ପାଞ୍ଚ। ୟତ୍ କାର୍ଯ୍ୟାଳୟ ରେପଶି ଭାଙ୍ଗିବା ଏବଂ ସରକାରୀ ଜିନିଷ ପତ୍ର ଲୁଟ କରିଥିଲା ସେହିପରି ୨୦୨୦ ମସିହାରେ ସୁକୁମାର ମଣ୍ଡଳ ହତ୍ୟା ରେ ସଂପୃକ୍ତ ରହିଥିଲା ।ଓଡ଼ିଶା ସରକାର ଙ୍କ ପୋକ୍ଷ ରୁ ଆକୁ ଧରିବା ପାଇଁ ଏକ ଲକ୍ଷ ଟଙ୍କା ପୁରସ୍କାର ରାଶି ଘୋଷଣା କରାଯାଇଥିଲା ।ସେହିପରି ଛତିଶଗଡ ରାଜ୍ୟ ସରକାର ଙ୍କ ପକ୍ଷ ରୁ ମଧ୍ୟ ପୁର ସ୍କ।ର ରାଶି ଘୋଷଣା କରାଯାଇଥିବାର ମାଲକାନଗିରି ଏସପି ନୀତେଶ ୱାଧ ୱାନି ପ୍ରକାଶ କରିଛନ୍ତି ।