
ଫୁଲବାଣୀ -11/07
କେନ୍ଦ୍ରମନ୍ତ୍ରୀ ଜହନ ଵାରଲା ଙ୍କୁ ରବିବାର ଜି. ଉଦୟଗିରି ଠାରେ ସଂଖ୍ୟା ଲଘୁ ସମ୍ପ୍ରଦାୟ ପକ୍ଷରୁ ବିପୁଳ ସ୍ଵାଗତ ସମ୍ବର୍ଧନା ଦିଆଯାଇଥିଲା ପରେ ସଂଖ୍ୟାଲଘୁ ସମ୍ପ୍ରଦାୟ ପକ୍ଷରୁ ପ୍ରତିନିଧି ବିଶପ ଦିଲ୍ଲୀପ କୁମାର ବଳ, ବିଶପ ବାଞ୍ଛା ନିଧି ନାୟକ, ଡିପେଶ କୁମାର ନାୟକ ଓ ସୁରଞ୍ଜନ ନାୟକ ଙ୍କ ସମେତ ଅନ୍ୟମାନେ ଯୋଗ ଦେଇ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ l
ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ସଂସଦ ଶ୍ରୀମତି ରାଜେଶ୍ୱରୀ ସିଂହ, ଜିଲା ବିଜେପି ସଭାପତି ଜଗନାଥ ସାହୁ, ପୂର୍ବତନ ବିଧାୟକ କରେନ୍ଦ୍ର ମାଝୀ ପ୍ରମୁଖ ଙ୍କ ସମେତ ଅନେକ କାର୍ଯ୍ୟ କର୍ତ୍ତା ଉପସ୍ଥିତ ଥିଲେ l