mobile header

ଆର୍ଥିକ ସହାୟତା ଦାବୀ ରେ ମହିଳା ସଂକୀର୍ତନ ଦଳ ର ସ୍ମାରକପତ୍ର


ଫୁଲବାଣୀ 11/07
ଆର୍ଥିକ ସହାୟତା ଅଭାବ ରୂ ମହିଳା ସଂକୀର୍ତନ ଦଳ ଆଗକୁ ବଢିପାରୁନାହାନ୍ତି ଏ ପଟେ ପ୍ରଚାର ଓ ପ୍ରସାର ଅଭାବ l
ବାଦ୍ୟ ଓ ଅନ୍ୟାନ୍ୟ ସଂଗୀତ ଉପକରଣ କିଣି ବାକୁ ସକ୍ଷମ ନୁହନ୍ତି ବୋଲି ସଭାନେତ୍ରୀ ବିଳାସିନୀ ଗଣ୍ଡା ପ୍ରକାଶ କରିଛନ୍ତି! ମହିଳାସ୍ୱୟଂ ସହାୟକ ଗୋଷ୍ଠୀ ଠାରୁ ଋଣ ନେଲେ କାଳେ ଋଣ ସୁଝି ପାରିବେ ନାହିଁ ବୋଲି ଆଶଙ୍କା କରି ଋଣ ଆଣୁ ନାହାନ୍ତି l ପ୍ରଥମ ଥ ର ଫୁଲବାଣୀରେ ମହିଳାମାନେ ଆଗ୍ରହ ପ୍ରକାଶ କରି ସଂକୀର୍ତନ ଦଳ ଗଠନ କରିଛନ୍ତି l କନ୍ଧମାଲଜୀଲା ଚକାପାଦ ବ୍ଲକ ର ରଣଗାଁ ରେ ତିରିଶ ଜଣ ମହିଳା ତିନୋଟି ଭାଗରେ ବିଭକ୍ତ ହୋଇ ଗାଂ ରେ ଥିବା ଭାଗବତ ଟୁଙ୍ଗି ରେ ସଂକୀର୍ତନ ଅଭ୍ୟାସ କରି ଆସୁଛନ୍ତି l
ରାଜ୍ୟସରକାର କିମ୍ବା ଜିଲ୍ଲା ପ୍ରଶାସନ ଠାରୁ କିଛି ଅନୁଦାନ (ଗ୍ରାଣ୍ଟ ଇନ ଏଡ଼ ) ମିଳିଲେ ସେମାନେ ଉପକୃତ ହୋଇପାରନ୍ତେ ବୋଲି ସଭାନେତ୍ରୀ କହିଛନ୍ତି l
ଏହି ଉଦେଶ୍ୟରେ ସୋମବାର ଏକ ଦାବିପତ୍ର ଜିଲ୍ଲାପାଳ ଆଶିଷ ଇଶ୍ୱର ପାଟିଲ ଙ୍କ ଉଦେଶ୍ୟରେ ଅତିରିକ୍ତ ଜିଲ୍ଲା ପାଳ ବସନ୍ତ କୁମାର ସାହୁ ଙ୍କୁଭେଟି ସଂକୀର୍ତନ ଦଳ ମହିଳା ମାନେ ପ୍ରଦାନ କରିଛନ୍ତି!

Leave A Reply

Your email address will not be published.