୩ ମାସ ହେଲା ଅନ୍ଧାର ରେ,ମୂଳ ରୁଜଂl ଗୀ ଗ୍ରାମବାସି, ଟ୍ରାନ୍ସଫର୍ମର ଅଚଳ


ଫୁଲବାଣୀ -11/07
ଫୁଲବାଣୀ ବ୍ଲକ ର ଆଲମୀ ପଞ୍ଚାୟତ ର ମୂଳରୁଜାଙ୍ଗୀ ଗ୍ରାମର ଲୋକେ ଦୀର୍ଘ ୩ ମାସ ହେଲା ଟ୍ରାନସଫୋରମ୍ର ପୋଡିଯିବା ଫଳରେ ଅନ୍ଧକାର ରେ ଅଛନ୍ତି l ଆଲମୀ ଗ୍ରାମର କୋଡିଏ ପରିବାର ବିଦ୍ୟୁତ ଆଲୋକ ନପାଇ ହନ୍ତସନ୍ତ ହେଉଛନ୍ତି! ପ୍ରଚଣ୍ଡ ରୌଦ୍ରତାପରେ ବିନା ବିଦ୍ୟୁତ ରେ ରହିବାକୁ ପଡିଥିଲାସେମାନଙ୍କୁ ! ଛାତ୍ରଛାତ୍ରୀ ମାନେ ପାଠ ପଢିବାରେ ଅସୁବିଧା ହେବ ସହ ଓ ଅନଲାଇନ ପାଠ ପଢ଼ା ଓ ଅନ୍ୟାନ୍ୟ କାମ ମଧ୍ୟ ହୋଇପାରୁନାହିଁ ବୋଲି ଯୁକ୍ତ ଦୁଇ ଛାତ୍ରୀ ସୁଭାଷିନୀ କଂହର ପ୍ରକାଶ କରିଛନ୍ତିl
ଗ୍ରାମର ସମସ୍ତ ମହିଳା ଓ ପୁରୁଷ ମିଶି ସୋମବାର ଅତିରିକ୍ତ ଜିଲ୍ଲାପାଳ ଙ୍କ ର ଦୃଷ୍ଟି ଆକର୍ଷଣ କରିଵା ସହ ସମସ୍ତ ଗ୍ରାମବାସୀ ଙ୍କ ଦସ୍ତଖତ ସମ୍ବଳିତଏକ ଦାବିପତ୍ର ପ୍ରଦାନ କରିଛନ୍ତି! ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ବିଦ୍ୟୁତ ବିଭାଗ ର କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଙ୍କୁ ପୋଡ଼ିଯାଇଥିବା ଟ୍ରାନ୍ସଫର୍ମର କୁ ତୁରନ୍ତ ମରାମତି କରିବା କିମ୍ବା ନୂତନ ଟ୍ରାନ୍ସଫର୍ମର ଲଗାଇ ବିଦ୍ୟୁତ ସରବରାହ ସ୍ୱାଭାବିକ କରିବାକୁ ନିର୍ଦେଶ ଦେଇଥିବା ଜଣାପଡିଛି l

Leave A Reply

Your email address will not be published.