mobile header

ସ୍କୁଲକୁ ଗଣମାଧ୍ୟମ ମନା, ହେଲେ ସାମ୍ବାଦିକଙ୍କୁ ସ୍ୱାଗତ କରୁଛନ୍ତି ଶିଶୁ ମନ୍ଦିର। କହିଲେ ଆମ ପିଲାଙ୍କୁ ପ୍ରଶ୍ନ ପଚାରୁ ମିଡିଆ।

ସରକାରୀ ସ୍କୁଲରେ ସାମ୍ବାଦିକଙ୍କ ପ୍ରବେଶକୁ ପ୍ରଶାସନ ବାରଣ କରିବା ନେଇ ପ୍ରତିବାଦ ଦେଖାଦେଇଥିବାବେଳେ ଏପଟେ ସରସ୍ୱତୀ ଶିଶୁ ମନ୍ଦିର କର୍ତୃପକ୍ଷ କହିଛନ୍ତି ଯେକୌଣସି ସମୟରେ ବି ସ୍କୁଲ ମଧ୍ୟକୁ ପ୍ରବେଶ କରିପାରିବେ ସାମ୍ବାଦିକ । ବେସରକାରୀ ଓଡିଆ ମାଧ୍ୟମିକ ସ୍କୁଲ ସରସ୍ୱତୀ ଶିଶୁ ମନ୍ଦିର ନିଜର କୌଣସି ଦୋଷ ଦୁର୍ବଳତାକୁ ଲୁଚାଇବାକୁ ଚାହେଁ ନାହିଁ ସେଥିପାଇଁ କେହି ବି ଅବାଧରେ ସ୍କୁଲରେ ପ୍ରବେଶ କରିପାରିବେ । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ଛାତ୍ରଛାତ୍ରୀଙ୍କ କୃତିତ୍ୱ ପ୍ରତିବର୍ଷ ଦଶମ ପରୀକ୍ଷାରେ ସାରା ରାଜ୍ୟ ଦେଖିଥାଏ । ଏଥର ମଧ୍ୟ ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରଛାତ୍ରୀ ଦଶମ ପରୀକ୍ଷାରେ ୧୦୦ ପ୍ରତିଶତ ସଫଳତା ପାଇଛନ୍ତି । ପ୍ରତ୍ୟେକ ସ୍କୁଲର ପାସ୍ ହାର ୧୦୦ ପ୍ରତିଶତ । ଟପ୍ପର ତାଲିକାରେ ପ୍ରାୟ ସମସ୍ତ ଛାତ୍ରଛାତ୍ରୀ ସରସ୍ୱତୀ ଶିଶୁ ମନ୍ଦିରର । କିନ୍ତୁ ସରସ୍ୱତୀ ଶିଶୁ ମନ୍ଦିର ତୁଳନାରେ ସରକାରୀ ସ୍କୁଲର ପାସ ହାର ଓ ସଫଳତା ଯଥେଷ୍ଟ କମ ।

ସରକାରୀ ସ୍କୁଲରେ କୋଟିି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି କିନ୍ତୁ ସଫଳତା ହାର ବହୁତ କମ । ସରସ୍ୱତୀ ଶିଶୁ ମନ୍ଦିରର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମା ସରକାରୀ ସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ଦରମାଠାରୁ ଯଥେଷ୍ଟ କମ । ଏପରି ପରିସ୍ଥିତିରେ ସରସ୍ୱତୀ ଶିଶୁ ମନ୍ଦିର ନିଜ ସ୍କୁଲ ପରିସରକୁ କାହାକୁ ବାରଣ କରିନାହିଁ କିନ୍ତୁ ଅନ୍ୟ ପକ୍ଷରେ ସରକାରୀ ସ୍କୁଲକୁ ସାମ୍ବାଦିକଙ୍କୁ ନା’ ଚିଠି ଆସିବା ପରେ ସରକାରୀ ସ୍କୁଲର କେଉଁ ଦୋଷ ଦୁର୍ବଳତା ସରକାର ଲୁଚାଇବାକୁ ଚେଷ୍ଟା କରୁଛନ୍ତି ସେହି ପ୍ରଶ୍ନବାଚୀ ସୃଷ୍ଟି ହେଉଛି ।

Leave A Reply

Your email address will not be published.