
ପୁରୀ : ପୁରୀ ପବିତ୍ର ଦ୍ଵାଦଶୀ ତିଥିରେ ପୁରୀ ଜିଲ୍ଲାର ଯୁବ ସାମ୍ବାଦିକ ତଥା ଦୈନିକ ଖବର କାଗଜ ପ୍ରଗତିବାଦୀର ପୁରୀ ଜିଲ୍ଲା ପ୍ରତିନିଧି ବିଶାଲ ମହାନ୍ତିଙ୍କ ୨୪ ତମ ଜନ୍ମଦିନ ଅବସରରେ ପରିବେଶ ସୁରକ୍ଷା ପାଇଁ ବୃକ୍ଷରୋପଣ କରି ନିଆରା ଢଙ୍ଗରେ ଜନ୍ମଦିନ ପାଳନ କରିଛନ୍ତି। ଏହି ଅବସରରେ ପୁରୀ ତାଳବଣିଆ ଅଞ୍ଚଳରେ ବୃକ୍ଷରୋପଣ କରାଯାଇଛି। ସାମ୍ବାଦିକ ଶ୍ରୀ ମହାନ୍ତି କୁହନ୍ତି ବୃକ୍ଷ ହିଁ ଜୀବନ କରୋନା ମହାମାରୀ ସମୟରେ ଅମ୍ଳଜାନର ଅଭାବ ସମସ୍ତେ ଅଙ୍ଗେ ଲିଭେଇଛନ୍ତି। ସେଥି ପାଇଁ ମୁଁ ମୋ ଜନ୍ମଦିନ ଅବସରରେ ବୃକ୍ଷରୋପଣ କରି ସମସ୍ତଙ୍କୁ ପରିବେଶର ସୁରକ୍ଷା ପାଇଁ ବୃକ୍ଷ ରୋପଣ କରିବାକୁ ଆହ୍ବାନ ଦେଉଛି।