mobile header

ସମାଜସେବୀ ଶଶାଙ୍କ ଶେଖର ସାହୁ ଙ୍କ ସ୍ମୃତି ସଭା


ଫୁଲବାଣୀ 11/07(ସୁନୀଲ ପଟନାୟକ )
ସେଭ ଅନୁଷ୍ଠାନ ମୂଖ୍ୟ ତଥା ଫୁଲବାଣୀ ସ୍ଵେଛାସେବୀ ମହାସଂଘ ର ପୂର୍ବତନ ଆବାହକ ଙ୍କ ସ୍ମୃତି ସଭା ସୋମବାର ପ୍ରେସ କ୍ଲବ ଠାରେ ଅନୁଷ୍ଠିତ ହୋଇଥିଲା lଜିଲା ନାଗରିକ ମିଳିତ ମଞ୍ଚ ଓ ଜିଲା ବିକାଶ ପରିଷଦ ର ମିଳିତ ଉଦ୍ୟମ ରେ ଅନୁଷ୍ଠିତ ସ୍ମୃତି ସଭା ରେ ବରିଷ୍ଠ ସାମ୍ବାଦିକ ତଥା ମିଳିତ ନାଗରିକ କମିଟୀ ସଭାପତି ଡ଼ଃ. ଅରୂପ ଜେନା ସଭାପତିତ୍ବ କରିଥିଲେ l
ଅନ୍ୟ ମାନଙ୍କ ମଧ୍ୟରେ ବିକାଶ ପରିଷଦ ସଭାପତି ହରିଶ୍ଚନ୍ଦ୍ର ମହାରଣା, ବରିଷ୍ଠ ଆଇନଜୀବୀ ବିଜୟ ମହାନ୍ତି, ରବିନ୍ଦ୍ରନାଥ ମିଶ୍ର, ବିଜୟ ପଟନାୟକ, ଭଗବାନ ମହାନ୍ତି, ପ୍ରେସ କ୍ଳବ ସମ୍ପାଦକ ପ୍ରଶାନ୍ତ ବେହେରା, ନାରାୟଣ ସାହୁ, ପଦ୍ମଚରଣ ସାହୁ, ପଞ୍ଚାନନ କହଁର, ବଂଶୀଧର ପଣ୍ଡା, ସମାଜ ସେବୀ ବଦ୍ୟନାଥ ଖଟୁଆ, ସଚି ପଟନାୟକ, ପ୍ରଶାନ୍ତ ପ୍ରଧlନ, ମନୋଜ ଚୌଧୁରୀ, ଉମେଶ ପାତ୍ର, ମଣିଷଙ୍କର, ଲଡୁ ବାବୁ, ବିକାଶ ମହାନ୍ତି ପ୍ରମୁଖ ଯୋଗ ଦେଇ ସ୍ମୃତି ଚlରଣ କରି ଶଶାଙ୍କ ଙ୍କ ଅକାଳ ମୃତ୍ଯୁ ସମାଜ ପାଈଁ କ୍ଷତି ପହଞ୍ଚlଇ ଛି l ସେ ଜଣେସଚୋଟ ସମାଜସେବୀ, କୃଷି ବିତ, ଥିଲେ lସେନିସ୍ଵାର୍ଥପର, ନିର୍ଭିକଓ ନିଷ୍ଠାପର ଭାବେ ଜିଲାର ଉନ୍ନତି ପାଈଁ ସଦା ସର୍ବଦା ଉଦ୍ୟମ କରିଆସୁଥିଲେ, ତେଵେ ତାଙ୍କର ଅକାଳ ମୃତ୍ଯୁ ଆମ ସମସ୍ତ ଙ୍କ ପାଈଁ ଅପୂରଣୀୟ କ୍ଷତି ବୋଲି ବର୍ଣନା କରିଵା ସହ ଶୋକ ସନ୍ତପ୍ତ ପରିବାର ବର୍ଗ ଙ୍କ ପ୍ରତି ଗଭୀର ସମବେଦନା ଜଣାଇଥିଲେ l
ଏହି ଅବସର ରେ ସ୍ବର୍ଗତ ଆତ୍ମ ର ସଦ ଗତି ପାଈଁ ଦୁଇ ମିନଟ ନିରବ ପ୍ରାର୍ଥନା କରାଯାଇଥିଲା l
ଆବାହକ ଅଶୋକ ପରିଡ଼ା ସଭା ପରିଚାଳନା କରିଥିଲେ l

Leave A Reply

Your email address will not be published.