
ଆଉ ପାଦେ ଆଗକୁ ଗଲେ ଢେଙ୍କାନାଳ ଜିଲ୍ଲାପାଳ। କଙ୍କଡ଼ାହାଡ ବିଇଓଙ୍କ ପରେ ଜିଲ୍ଲାପାଳ ସରୋଜ ସେଠୀ ଆଜି ସ୍କୁଲ ଭିତରକୁ ସାମ୍ୱାଦିକଙ୍କ ପ୍ରବେଶ ଉପରେ ଗୁରୁତ୍ୱପୂର୍ଣ୍ଣ ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି, ସାମ୍ବାଦିକମାନେ ସ୍କୁଲ ଯାଇପାରିବେ। କିନ୍ତୁ କ୍ଲାସ୍ ଟାଇମ୍ରେ ଯାଇପାରିବେ ନାହିଁ। କ୍ଲାସ ସରିବା ପରେ ସ୍କୁଲ ଯାଇପାରିବେ ଓ ସମସ୍ୟା ବୁଝିପାରିବେ। କ୍ଲାସ୍ ପରେ ସାମ୍ୱାଦିକମାନେ ଯାଆନ୍ତୁ ପରିଚାଳନା କମିଟି, ଅଭିଭାବକ, ପୂରାତନ ଛାତ୍ର ସଂଘ ସହ ଆଲୋଚନା କରନ୍ତୁ। କାହାକୁ ମନା ନାହିଁ ବୋଲି ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି।