mobile header

ଜଳଖିଆ ବିକୁଥିବା ବିକାଶ, ମାଟ୍ରିକରେ ରଖିଛନ୍ତି ଏ-ୱାନ୍ ଗ୍ରେଡ୍।

ଇଛା ଶକ୍ତି ଥିଲେ ସବୁ ସମ୍ଭବ । ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଗଞ୍ଜାମ ବେଗୁନିଆପଡା ବ୍ଲକ କେ.ରାଣୀପଡାର ବିକାଶ ସାହୁଙ୍କ କ୍ଷେତ୍ରରେ । ବିକାଶ ଗାଁ ଗାଁ ବୁଲି ଠେଲା ଗାଡିରେ ଜଳଖିଆ ବିକି ପରିବାର ପ୍ରତିପୋଷଣ କରିଥାନ୍ତି । ଏହାସହ ପାଠପଢା ମଧ୍ୟ ଜାରି ରଖିଥାନ୍ତି । ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ୫୩୨ ମାର୍କ ରଖି ଏ-୧ ଗ୍ରେଡ୍ ରଖି ସଫଳତା ପାଇଛନ୍ତି ବିକାଶ । ୨୦୧୭ରେ ବାପାଙ୍କ ମୃତ୍ୟ ପରେ ମାଆ ଓ ଭଉଣୀ ମୁହଁରେ ଦାନା ଦେବା ପାଇଁ ଅଣ୍ଟା ଭିଡିଛନ୍ତି ଦୁଇ ଭାଇ ବିକାଶ ଓ ଆକାଶ । ଘରେ ମା’ ଜଳଖିଆ ତିଆରି କରି ଦିଅନ୍ତି, ଦୁଇ ଭାଇ ଗାଁକୁ ଗାଁ ବୁଲି ବିକ୍ରି କରିଥାନ୍ତି । ସେଥିରେ ଯାହା ରୋଜଗାର ହୁଏ ସେଥିରେ ପରିବାର ଚଳେ । ଏହାରି ଭିତରେ କିନ୍ତୁ ପାଠ ପଢିବା ପାଇଁ ଦୁହିଁ ଭାଇଙ୍କ ମନରେ ଅଦମ୍ୟ ଇଛା ଶକ୍ତି ରହିଛି । ହେଲେ ପେଟ ପାଇଁ ଦାନା ଯୋଗାଡ କରୁ କରୁ ପାଠ ପଢିବାରେ ସମସ୍ୟା ହେଉଥିଲା ।

Leave A Reply

Your email address will not be published.