mobile header

ଗ୍ରାମ୍ୟ ସାଧନ କର୍ମୀ ମାନଙ୍କୁ ଉତ୍ତରଦାୟୀତ୍ୱ ଓ ସାମାଜିକ ସମୀକ୍ଷା ସମ୍ବନ୍ଧରେ ଦକ୍ଷତା ବୁଦ୍ଧି ପ୍ରଶିକ୍ଷଣ ଶିବିର

ମାଲକାନଗିରି ତା – ମାଲକାନଗିରି ଜିଲ୍ଲା ସଦର ମହକୁମା ସ୍ଥିତ ଗୋପବନ୍ଧୁ ଉନୟନ ସଂସ୍ଥା ବୈଠକ ଗୃହ ଠାରେ ନୂତନ କରି ଚୟନ ହୋଇଥିବା ଗ୍ରାମ୍ୟ ସାଧନ କର୍ମୀ ମାନଙ୍କ ପ୍ରଶିକ୍ଷଣ ଶିବିର ଆରମ୍ଭ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମାଲକାନଗିରି , ମାଥିଲି ବ୍ଲକ ର ଗ୍ରାମ୍ୟ ସାଧନ କର୍ମୀ ମାନେ ପ୍ରଶିକ୍ଷଣ ନେଇଥିଲେ । ଏହି ଶିବିରକୁ ମାଲକାନଗିରି ଜିଲ୍ଲାର ଜିଲ୍ଲା ସାମାଜିକ ସମୀକ୍ଷକ ସୁବ୍ରତ କୁମାର ସାମଲ ଉଦଘାଟନ କରିଥିବା ବେଳେ ଖାଇରପୁଟ ବ୍ଲକ ସାମାଜିକ ସମୀକ୍ଷକ ସଂଗ୍ରାମ ମହାଲିକ , କରୁକୋଣ୍ଡା ବ୍ଲକ ସାମାଜିକ ସମୀକ୍ଷକ ରାକେଶ ଦାସ , ପଡିଆ ବ୍ଲକ ସାମାଜିକ ସମୀକ୍ଷକ ଟି ମୁରଲୀ କ୍ରିଷ୍ଣା ତାଲିମ ଦେଇଥିଲେ । ଏହି ଶିବିରରେ ନରେଗା , ବାର୍ଦ୍ଧକ୍ୟ ଭତ୍ତା , ପିଡ଼ିଏସ ଭଳି ଅନେକ ଯୋଜନା ଉପରେ ପ୍ରଶିକ୍ଷଣ ଦିଆ ଯାଇଥିଲା ।

Leave A Reply

Your email address will not be published.